କନକ ବ୍ୟୁରୋ : ଗୋଟିଏ ପଟେ ବଲିଉଡରେ କ୍ୟାଟ୍ରିନା-ଭିକିଙ୍କ ବିବାହ ଚର୍ଚ୍ଚାରେ ରହିଥିବା ବେଳେ ଅନ୍ୟପଟେ ଟେଲି ଜଗତରେ ଅଙ୍କିତା ଲୋଖଣ୍ଡେଙ୍କ ବିବାହକୁ ନେଇ ମଧ୍ୟ ଚର୍ଚ୍ଚା କିଛି କମ ନୁହେଁ । ଦୀର୍ଘବର୍ଷ ଧରି ଟେଲି ଜଗତରେ ଦମଦାର ଅଭିନୟ ମାଧ୍ୟମରେ ଦର୍ଶକଙ୍କ ମନ ଜିଣିଥିବା ଅଙ୍କିତା ବେଶ ଧୂମଧାମରେ ବିବାହ କରିଛନ୍ତି । ପ୍ରି-ୱେଡିଙ୍ଗ ଠାରୁ ଆରମ୍ଭ କରି ବିବାହ ପର୍ଯ୍ୟନ୍ତ, ଅଙ୍କିତା ପ୍ରତି ମୁହୂର୍ତ୍ତର ଆନନ୍ଦ ଉଠାଇଛନ୍ତି । ପରିବାର ଓ ବନ୍ଧୁ ବାନ୍ଧବଙ୍କ ଗହଣରେ ଭିକିଙ୍କ ହାତ ଧରିଛନ୍ତି ଅଙ୍କିତା । ଆଉ ବିବାହ ପରେ ପତ୍ନୀ ଅଙ୍କିତାଙ୍କୁ ଏକ ଅଭୁଲା ଉପହାର ଦେଇଛନ୍ତି ଭିକି।
ଜାତୀୟ ଗଣମାଧ୍ୟମରେ ପ୍ରକାଶିତ ରିପୋର୍ଟ ଅନୁଯାୟୀ, ଅଙ୍କିତାଙ୍କୁ ନିଜ ଜୀବନସାଥୀ ଭାବେ ବାଛିବା ସହ ଏକ ଆଲିସାନ ବଙ୍ଗଳା ଉପହାରରେ ଦେଇଛନ୍ତି ସ୍ୱାମୀ ଭିକି ଜୈନ । ମାଳଦ୍ୱୀପରେ ଏକ ପ୍ରାଇଭେଟ ବଙ୍ଗଳା ଉପହାର ଆକାରରେ ଅଙ୍କିତାଙ୍କୁ ଦେଇଛନ୍ତି ଭିକି । ଏହି ବଙ୍ଗଳାର ମୂଲ୍ୟ ପାଖାପାଖି ୫୦ କୋଟି ହେବ ବୋଲି କୁହାଯାଉଛି । ସେହିଭଳି ଅଙ୍କିତା ମଧ୍ୟ ସ୍ୱାମୀ ଭିକିଙ୍କୁ ଏକ ଦମଦାର ଉପହାର ଦେଇଛନ୍ତି । ଟେଲି ଜଗତରେ ହେଉଥିବା ଚର୍ଚ୍ଚା ଅନୁଯାୟୀ, ଅଙ୍କିତା ଏକ ପ୍ରାଇଭେଟ ଜାହଜ ଭେଟି ଦେଇଛନ୍ତି । ଯାହାର ମୂଲ୍ୟ ପାଖାପାଖି ୮ କୋଟି ବୋଲି କୁହାଯାଉଛି ।
ଅନ୍ୟପଟେ ଅଙ୍କିତାଙ୍କୁ ଟେଲି ଜଗତର କୁଇନ୍ ଏକତା କପୁର ୫୦ ଲକ୍ଷ ଟଙ୍କାର ଗିଫ୍ଟ ଦେଇଥିବା ବେଳେ ସହ ଅଭିନେତ୍ରୀ ମାହି ଏକ ସୁନ୍ଦର ଶାଢୀ ଉପହାରରେ ଦେଇଛନ୍ତି । ଯାହାର ମୂଲ୍ୟ ୧୫ ଲକ୍ଷ ଟଙ୍କା ବୋଲି କୁହାଯାଉଛି ।