ଅଙ୍କିତା ଭଣ୍ଡାରୀ ହତ୍ୟାକାଣ୍ଡ : ରିସର୍ଟର ରୋଷେୟା ଖୋଲିଲା  ଅଙ୍କିତାଙ୍କ ଶେଷ ଫୋନକଲର କାହାଣୀ

625

କନକ ବ୍ୟୁରୋ : ରିସର୍ଟ ରିସେପସନିଷ୍ଟ ଅଙ୍କିତା ଭଣ୍ଡାରୀଙ୍କ ହତ୍ୟାକାଣ୍ଡକୁ ନେଇ ଏବେ ସାରା ଦେଶରେ ଚର୍ଚ୍ଚା ଜୋର ଧରିଛି । ବିଶେଷ କରି ହତ୍ୟାକାଣ୍ଡ ଘଟିଥିବା ଉତ୍ତରାଖଣ୍ଡରେ ଲୋକମାନେ ଏହାକୁ ନେଇ ରାସ୍ତାକୁ ଓହ୍ଲାଇଛନ୍ତି । ଠିକ  ଏଭଳି ଏକ ସମୟରେ ଅଙ୍କିତା ଚାକିରି କରୁଥିବା ରିସର୍ଟର ରୋଷେୟା କହିଛନ୍ତି ଅଙ୍କିତାଙ୍କ ଶେଷ ଫୋନକଲର କାହାଣୀ ।

ଏକ ଜାତୀୟ ଗଣମାଧ୍ୟମ ସହ କଥାବାର୍ତ୍ତା ବେଳେ ରିସର୍ଟରେ ରୋଷେୟା କାମ କରୁଥିବା ଜଣେ ବ୍ୟକ୍ତି କହିଛନ୍ତି କି ଅଙ୍କିତା ତାଙ୍କୁ ଯେଉଁ ଫୋନ କରିଥିଲା ସେତେବେଳେ ସେ ଜୋରରେ କାନ୍ଦୁଥିଲା   । କାନ୍ଦି କାନ୍ଦି କହିଥିଲା କି ମୋ ବ୍ୟାଗ ରାସ୍ତା ଉପରକୁ ନେଇଆସ ଓ ଏହାକୁ ସଡକ ଉପରେ ରଖିଦିଅ । ହେଲେ ଯେତେବେଳେ ସଂପୃକ୍ତ ବ୍ୟକ୍ତି ଜଣଙ୍କ ଅଙ୍କିତାଙ୍କ ବ୍ୟାଗ ନେଇ ରାସ୍ତା ଉପରକୁ ଯାଇଥିଲେ ସେତେବେଳେ ଅଙ୍କିତା କିନ୍ତୁ ସେଠାରେ ନଥିଲେ ।

ସଂପୃକ୍ତ ବ୍ୟକ୍ତି ଜଣଙ୍କ କହିବା ମୁତାବକ ସେ ଅଙ୍କିତାଙ୍କୁ ଶେଷଥର ପାଇଁ ସେପ୍ଟେମ୍ବର ୧୮ ତାରିଖ ଦିନ ୩ ଟାରେ ଦେଖିଥିଲେ । ଏହି ସମୟରେ ଅଙ୍କିତା ଓ ଅନ୍ୟ ୪ ଜଣ ଲୋକ ଏକାସାଂଗରେ ରିସୋର୍ଟରୁ ବାହାରିଥିଲେ । ହେଲେ ସେହିଦିନ ରାତି ୯ ବେଳେ ୩ ଜଣ ବ୍ୟକ୍ତି ହୋଟେଲକୁ ଫେରିଥିଲେ । ହେଲେ ସେମାନେ ୩ ଜଣ ଥିଲେ ବି ୪ ଜଣଙ୍କ ପାଇଁ ଖାଦ୍ୟ ମଗେଇଥିଲେ । ହେଲେ ସଂପୃକ୍ତ ବ୍ୟକ୍ତି ଜଣଙ୍କ ଯେତେବେଳେ କହିଥିଲେ କି ଅଙ୍କିତାଙ୍କ ରୁମକୁ ମୁଁ ଖାଦ୍ୟ ନେଇଯିବି ସେତେବେଳେ ଅନ୍ୟ ୩ ଜଣ ଯାକ ତାଙ୍କୁ ବାରଣ କରିଥିଲେ । ଏହାପରେ ସେ ଅଙ୍କିତାଙ୍କୁ ଆଉ ଦେଖିନଥିବା କଥା ଗଣମାଧ୍ୟମ ଆଗରେ କହିଛନ୍ତି ।

ସେପଟେ ଏହି ମାମଲାରେ ଜଣେ ବିଜେପି ନେତାଙ୍କ ପୁଅଙ୍କୁ ଗିରଫ କରାଯାଇଛି । ଗିରଫ ହୋଇଥିବା ଯୁବକ ଜଣଙ୍କ ଉତ୍ତରାଖଣ୍ଡ ସରକାରର ଜଣେ ପୂର୍ବତନ ମନ୍ତ୍ରୀ । ଅନ୍ୟପଟେ ଏଭଳି ଅଭିଯୋଗ ଆସିବା ପରେ ବିଜେପି ଅଭିଯୁକ୍ତଙ୍କ ବାପା ଓ ଭାଇକୁ ଦଳର ସସ୍ପେଣ୍ଡ କରିଛି ।