କନକ ବ୍ୟୁରୋ : ବହୁ ଚର୍ଚ୍ଚିତ ଉତ୍ତରାଖଣ୍ଡ ଅଙ୍କିତା ହତ୍ୟା ମାମଲାରେ ଖୁଲାସା କରିଛି ଏସଆଇଟି । ଏହି ମାମଲାରେ ଏସଆଇଟି ଅଭିଯୁକ୍ତଙ୍କ ଉପରେ ଆଉ ଦୁଇଟି ଧାରା ଯୋଡିଛି । ରିସର୍ଟକୁ ଆସୁଥିବା ଗ୍ରାହକମାନଙ୍କ ସହ ଶାରିରୀକ ସଂପର୍କ ରଖିବାକୁ ପୁଲକିତ ଅଙ୍କିତାଙ୍କୁ ବାଧ୍ୟ କରୁଥିଲା । ଏହାସହ ଜଣେ ଗ୍ରାହକ ଖରାପ ଉର୍ଦ୍ଦେଶ୍ୟରେ ଅଙ୍କିତାଙ୍କୁ ଜାବୁଡି ଧରିଥିବା କଥା ମଧ୍ୟ କୁହାଯାଇଛି   । ଏସବୁ ତଥ୍ୟ ଆଧାରରେ ଏସଆଇଟି ଏହି ମାମଲାରେ ଦେହ ବ୍ୟବସାୟ ଅଧିନିୟମ ଓ ଆଇପିସି ଧାରା ଧାରା ୩୫୪ ଧାରା ଯୋଡିଛି । ଏବେ ୩ ଜଣ ଅଭିଯୁକ୍ତ ଜିଲ୍ଲା ଜେଲରେ ନ୍ୟାୟିକ ହେପାଜତରେ ଅଛନ୍ତି । ସେପ୍ଟେମ୍ବର ୧୮ ତାରିଖରେ ଅଙ୍କିତା ହଠାତ ରିସର୍ଟରୁ ଗାଏବ ହୋଇଯାଇଥିଲା । ଏନେଇ ଅଭିଯୋଗ ହେବା ପରେ ପୋଲିସ ଖୋଜା ଖୋଜି କରି ଏକ ନାଳରୁ ଅଙ୍କିତାଙ୍କ ମୃତ ଦେହ ଉଦ୍ଧାର କରିଥିଲା ।

Advertisment

ସେପଟେ ଡିଜିପି ଅଶୋକ କୁମାର କହିଛନ୍ତି କି କିଛି ସାକ୍ଷୀଙ୍କ ବୟାନ ରେକର୍ଡ କରାଯାଇଛି । ଏହାସହ ହତ୍ୟାକାଣ୍ଡ ସହିତ ଜଡିତ କିଛି ସାମଗ୍ରୀକୁ ଲ୍ୟାବକୁ ପଠାଇ ଦିଆଯାଇଛି । ଏହି ରିପୋର୍ଟ ଆସିବା ପରେ ଖୁବଶୀଘ୍ର ମାମଲାର ଚାର୍ଜସିଟ ଦାଖଲ କରାଯିବ । ଏହାପରେ ଟ୍ରାଏଲ ଆରମ୍ଭ ହେବ ।