ଶୋଭାଯାତ୍ରା କରି ଆସିଥିଲେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ । ନାମାଙ୍କନ ନ କରି ଫେରିଆସିଲେ ମାହାଙ୍ଗା ବିଜେଡି ପ୍ରାର୍ଥୀ ଅଙ୍କିତ ଜେନା

4,844

କନକ ବ୍ୟୁରୋ : ମାହାଙ୍ଗା ବିଜେଡି ପ୍ରାର୍ଥୀ ଅଙ୍କିତ ପ୍ରତାପ ଜେନା ଆଜି ଶୋଭାଯାତ୍ରା କରି ଜିଲ୍ଲାପାଳଙ୍କ କାର୍ଯ୍ୟାଳୟକୁ ନାମାଙ୍କନ କରିବାକୁ ଆସିଥିଲେ । ହେଲେ ନାମାଙ୍କନ ନ କରି ସେ ଫେରି ଆସିଛନ୍ତି । ହେଲେ ନାମାଙ୍କନ ନ କରି ଫେରିଆସିବାର କାରଣ ସ୍ପଷ୍ଟ ହୋଇନାହିଁ । ସେ ହଜାର ହଜାର ସମର୍ଥକଙ୍କ ଗହଣରେ ବିରାଟ ଶୋଭାଯାତ୍ରା କରି ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ପହଂଚିଥିଲେ    । ହେଲେ ସେ କାହିଁକି ନାମାଙ୍କନ ନ କରି ଫେରିଆସିଲେ ତାହାକୁ ନେଇ ଏବେ ଚର୍ଚ୍ଚା ଜୋର ଧରିଛି । ଏନେଇ ମାହାଙ୍ଗା ରାଜନୀତି ଜୋର ଧରିଥିବା ବେଳେ କାହିଁକି ଅଙ୍କିତ ନାମାଙ୍କନ ଭରିଲେ ନାହିଁ ତାହା କେହି ସ୍ପଷ୍ଟଭାବେ କହିପାରୁନାହାଁନ୍ତି ।