ପ୍ରତାରିତ କଲା ପାକିସ୍ତାନୀ ପ୍ରେମିକ ! ୫ ମାସ ପରେ ଭାରତ ଫେରିଲେ ଅଞ୍ଜୁ

3,643

କନକ ବ୍ୟୁରୋ : ଦୀର୍ଘ ୫ମାସ ପରେ ଭାରତ ଫେରିଛନ୍ତି ପାକିସ୍ତାନ ଚାଲିଯାଇଥିବା ଅଞ୍ଜୁ । ବିବାହିତା ମହିଳା ଅଞ୍ଜୁ ଜଣେ ପାକିସ୍ତାନ ନାଗରିକଙ୍କ ପ୍ରେମରେ ପଡି ଭାରତ ଛାଡି ପାକିସ୍ତାନ ପଳାଇ ଯାଇଥିଲା । ସେଠାରେ ସେ ପାକିସ୍ତାନୀ ନାଗରିକ ନସୁରୁଲ୍ଲାହଙ୍କୁ ବିବାହ କରିଥିଲେ । ଏହି ବିବାହ ଓ ତା ପରର ଫଟୋ ସବୁ ଅଞ୍ଜୁ ସୋସିଆଲ ମିଡିଆରେ ପୋଷ୍ଟ କରି ବେଶ୍ ଚର୍ଚ୍ଚାକୁ ଆସିଥିଲେ । ଅଞ୍ଜୁ ପର୍ଯ୍ୟଟକ ଭିସାରେ ପାକିସ୍ତାନ ଯାଇଥିଲେ ।

ରାଜସ୍ଥାନରେ ରହୁଥିବା ଅଞ୍ଜୁ ଜୁନମାସରେ ସ୍ୱାମୀ ଓ ପରିବାର ଛାଡି ପାକିସ୍ତାନ ଚାଲିଯାଇଥିଲେ । ଏହି ଖବର ସେତେବେଳେ ଆସିଥିଲା ଯେତେବେଳେ ଭାରତର ମିଡିଆ ପାକିସ୍ତାନରୁ ଆସିଥିବା ସୀମା ହାଇଦରକୁ ନେଇ ଚର୍ଚ୍ଚା କରୁଥିଲା । ସୀମା ଓ ଅଞ୍ଚୁଙ୍କ ପ୍ରେମ କାହାଣୀ ସେତେବେଳେ ଭାରତରେ ବେଶ୍ ଚର୍ଚ୍ଚା ହେଉଥିଲା । ଅଞ୍ଜୁଙ୍କ କଥା ଭାରତୀୟ ଗଣମାଧ୍ୟମରେ ପ୍ରକାଶ ପାଇବା ପରେ ସେତେବେଳେ ୪-୫ ଦିନ ଭିତରେ ଅଞ୍ଜୁ ଭାରତ ଫେରିଆସିବେ ବୋଲି କହିଥିଲେ । ହେଲେ ତାର କିଛିଦିନ ପରେ ସୋସିଆଲ ମିଡିଆରେ କିଛି ପୋଷ୍ଟ କରିଥିଲେ ଅଞ୍ଜୁ । ଏଥିରେ ସେ ପାକିସ୍ତାନ ନାଗରିକ ନସରୁଲ୍ଲହାଙ୍କୁ ବିବାହ କରିବା ଓ ତା ପରେ ପାକିସ୍ତାନ ନାଗରିକଙ୍କ ସହ ହୋଟେଲରେ ଖାଇବା ଓ ବୁଲିବାର ଫଟୋ ଥିଲା ।