କନକ ବ୍ୟୁରୋ : କଂଚାଲଙ୍କା ଓଟିଟିରେ ରିଲିଜ୍ ହୋଇଥିବା ‘ବାରଙ୍ଗ-୧୯୯୯’କୁ ନେଇ ବିବାଦ । କଂଚାଲଙ୍କାକୁ ଏନେଇ ଲିଗାଲ ନୋଟିସ୍ ପଠାଇଛନ୍ତି ଅଂଜନା ମିଶ୍ର । ଏହି ବାରଙ୍ଗ-୯୯ ଚଳଚିତ୍ରରେ ତାଙ୍କର ବ୍ୟକ୍ତିଗତ ଜୀବନର କାହାଣୀକୁ ଅବିକଳ ଚିତ୍ରଣ କରାଯାଇଥିବା ଅଭିଯୋଗ କରିଛନ୍ତି । କନକ ନ୍ୟୁଜକୁ ଏନେଇ ପ୍ରତିକ୍ରିୟା ଦେଇ ଅଂଜନା କହିଛନ୍ତି, ପ୍ରଯୋଜନା ସଂସ୍ଥାକୁ ଲିଗାଲ ନୋଟ୍ିସ୍ ମାଧ୍ୟମରେ ୭୨ଘଂଟାର ସମୟ ଦିଆଯାଇଛି । ଏହି ସମୟ ଭିତରେ ଫିଲ୍ମକୁ ଉଠାଇ ନିଆନଗଲେ କୋର୍ଟଙ୍କ ଆଶ୍ରୟ ନେବେ । ସେପଟେ ସଫେଇ ରଖି ପ୍ରଯୋଜନା ସଂସ୍ଥା କହିଛି ଏହି ଫିଲ୍ମରେ କାହାରି ଚରିତ୍ର ସଂହାର କରାଯାଇନାହିଁ । ଏହା ଏକ କାଳ୍ପନିକ କାହାଣୀ । ପୂରା କାହାଣୀ ଟ୍ରେଲରରୁ ଜଣା ପଡେ ନାହିଁ ସମ୍ପୂର୍ଣ୍ଣ କାହାଣୀ ଦେଖିବା ପରେ ହିଁ ପୂରା କଥା ସାମ୍ନାକୁ ଆସିପାରିବ   ।

Advertisment