ମିଆଁମାରରେ ଚମକିବେ ଓଡ଼ିଆ ଝିଅ ଅନିଶା ମେହେର : ଆସନ୍ତାବର୍ଷ ଏପ୍ରିଲରେ ଆୟୋଜିତ ହେବ ଆନ୍ତର୍ଜାତୀୟ ବିୟୁଟି ପିଜେଂଟ ପ୍ରତିଯୋଗୀତା ; ପ୍ରି-ଟିନ ବିଭାଗରେ ଭାରତକୁ ପ୍ରତିନିଧିତ୍ୱ କରିବେ ବୌଦ୍ଧର ଅନୀଶା 

206

କନକ ବ୍ୟୁରୋ : ମିଆଁମାରରେ ଚମକିବେ ବୌଦ୍ଧର ଓଡ଼ିଆ ଝିଅ ଅନିଶା ମେହେର । ଆସନ୍ତାବର୍ଷ ଏପ୍ରିଲ ମାସରେ ମିଆଁମାରରେ ହେବାକୁ ଥିବା ଆନ୍ତର୍ଜାତୀୟ ବିୟୁଟି ପିଜେଂଟ ଅଫ ଲିଟଲ ମିସ ପେସିଫିକ୍ ୱାର୍ଲଡ଼-୨୦୨୧ରେ, ପ୍ରି-ଟିନ ବିଭାଗରେ ଭାରତକୁ ପ୍ରତିନିଧିତ୍ୱ କରିବା ପାଇଁ ସେ ମନୋନୀତ ହୋଇଛନ୍ତି ।

ବିଶ୍ୱର ୩୫ଟି ଦେଶର ପ୍ରତିଯୋଗୀ ଏହି ସୋରେ ଭାଗନେବାକୁ ଥିବା ବେଳେ ଅନିଶା ଭାରତରୁ ଜଣେ ପ୍ରତିନିଧି ରହିବେ । ଯାହା ଦେଶ ପାଇଁ ଗର୍ବ ଓ ଗୌରବର ବିଷୟ । ଦେଶର ବଛା ବଛା ଶହେ ଜଣ ପ୍ରତିଯୋଗୀଙ୍କ ମଧ୍ୟରୁ ଅନିଶା ମାତ୍ର ଜଣେ ପ୍ରତିଯୋଗୀ ଭାବେ ମନୋନୀତ ହୋଇଛନ୍ତି ।

ଅନିଶାଙ୍କର ନାଚ, ଗୀତ, ଫ୍ୟାସନ ସୋ, ଚିତ୍ରକଳା ଆଦିରେ ରୁଚି ରହିଛି । ବୌଦ୍ଧ କେନ୍ଦ୍ରିୟ ବିଦ୍ୟାଳୟରେ ନବମ ଶ୍ରେଣୀରେ ପାଠ ପଢୁଥିବା ଅନିଶା ସଫଳତା ପାଇଁ ଦେଶବାସୀଙ୍କ ଅଶୀର୍ବାଦ କାମନା କରିଛନ୍ତ । ତୁଳସୀ ଦୁଇ ପତ୍ରରୁ ବାସିଲା ପରି କୁନି ବୟସରେ ଦେଶ ପାଇଁ ଗୌରବ ସାଜିଛନ୍ତି ଅନିଶା ।