ରାଜ୍ୟ ଗୋଷ୍ଠୀ କ୍ରୀଡାରେ ଭାରତକୁ ଆଉ ୨ ସ୍ୱର୍ଣ୍ଣ ! ମହିଳା ସୁଟିଂରେ ତେଜସ୍ୱିନୀ ସାୱନ୍ତଙ୍କୁ ସ୍ୱର୍ଣ୍ଣ ଓ ଅଂଜୁମ ମୁଦଗିଲଙ୍କୁ ରୌପ୍ୟ ପଦକ

29

କନକ ବ୍ୟୁରୋ: ରାଜ୍ୟଗୋଷ୍ଠୀ କ୍ରିଡାରେ ଭାରତକୁ ଆଉ ୨ ସ୍ୱର୍ଣ୍ଣ । ମହିଳା ସୁଟିଂରେ ତେଜସ୍ୱିନୀ ସାୱନ୍ତ ସ୍ୱର୍ଣ୍ଣ ଜିତିଛନ୍ତି । ୫୦ ମିଟର ସୁଟିଂରେ ସେ ଭାରତ ପାଇଁ ସୁନା ଆଣିଛନ୍ତି । ଏହି ବର୍ଗରେ ରୌପ୍ୟ ପଦକ ମଧ୍ୟ ଭାରତ ହାତେଇଛି । ରୌପ୍ୟ ପାଇଛନ୍ତି ଅଂଜୁମ ମୋଦଗିଲ । ସେହିପରି ପୁରୁଷ ବର୍ଗର ୨୫ ମିଟର ରାପିଡ ଫାୟାର ପିସ୍ତଲରେ ଅନୀଶ ଭାନବାଲ ସୁନା ଆଣିଛନ୍ତି । ଏହାକୁ ମିଶାଇ ଭାରତକୁ ୧୬ ସ୍ୱର୍ଣ୍ଣ ସହ ୩୪ରେ ପଦକ ସଂଖ୍ୟା ପହଚିଂଛି ।

ଏବେ ନଜର ପକାନ୍ତୁ ରାଜ୍ୟ ଗୋଷ୍ଠୀ କ୍ରୀଡାର ମେଡାଲ ତାଲିକା ଉପରେ ।

ଅଷ୍ଟ୍ରେଲିଆ ୬୩ ସ୍ୱର୍ଣ୍ଣ ୪୭ ରୌପ୍ୟ ଓ ୫୦ କ୍ୟାସଂ ପାଇବା ସହ ସମୁଦାୟ ୧୬୦ଟି ପଦକ ପାଇଛି । ଇଂଲଣ୍ଡ ୨୯ ସ୍ୱର୍ଣ୍ଣ, ୩୩ ରୌପ୍ୟ ଓ ୨୮ କ୍ୟାସଂ ସହ ପଦକ ସଂଖ୍ୟା ୯୦ରେ ପହଚିଂଛି । ସେହିପରି ତୃତୀୟ ସ୍ଥାନରେ ଥିବା ଭାର୍ ୧୬ଟି ସ୍ୱର୍ଣ୍ଣ, ୮ଟି ରୌପ୍ୟ ଓ ୧୦ଟି କ୍ୟାସଂ ସହ ୩୪ରେ ପହଚିଂଛି ଭାରତର ପଦକ ସଂଖ୍ୟା ।