ମଣିଷଙ୍କ ପରେ ଏବେ ପଶୁମାନଙ୍କୁ କରୋନା ଟିକା । ଆମେରିକାର ଚିଡିଆଖାନାରେ ବାଘ ଓ ଭାଲୁଙ୍କୁ ଦିଆଯାଉଛି ଭ୍ୟାକ୍ସିନ ।

Advertisment
ମଣିଷଙ୍କ ପରେ ଏବେ ପଶୁମାନଙ୍କୁ କରୋନା ଟିକା । ଆମେରିକାର ଚିଡିଆଖାନାରେ ବାଘ ଓ ଭାଲୁଙ୍କୁ ଦିଆଯାଉଛି ଭ୍ୟାକ୍ସିନ ।

କନକ ବ୍ୟୁରୋ : ସାରା ବିଶ୍ୱକୁ ବେହାଲ କରିଥିବା କରୋନା ବିରୋଧରେ ଟିକା ହିଁ ଏକମାତ୍ର ବିକଳ୍ପ ବୋଲି ବୈଜ୍ଞାନିକମାନେ ମତ ଦେଇଛନ୍ତି । ଏହି ମତକୁ ଗ୍ରହଣ କରି ସାରା ବିଶ୍ୱରେ ଏବେ ଜୋରଦାର ଟିକାକରଣ ଚାଲିଛି । କରୋନା ସଂକ୍ରମଣରେ ସବୁଠାରୁ ଅଧିଖ କ୍ଷତିଗ୍ରସ୍ତ ହୋଇଥିବା ଆମେରିକାରେ ଏବେ ୩୨ କୋଟିରୁ ଅଧିକ ଅର୍ଥାତ ମୋଟ ଜନସଂଖ୍ୟାର ୮୦ ପ୍ରତିଶତ ଲୋକଙ୍କୁ ଟିକା ଦିଆଯିବା ପରେ ପଶୁମାନଙ୍କୁ ଟିକା ଦେବାକୁ ଆରମ୍ଭ କରିଛନ୍ତି ଆମେରିକା ସରକାର । ଆମେରିକାର ଚିଡିଆଖାନାରେ ପଶୁ ମାନଙ୍କୁ କରୋନା ସଂକ୍ରମଣରୁ ରକ୍ଷା କରିବାକୁ ଟିକାକରଣ ଅଭିଯାନ ଆରମ୍ଭ ହୋଇଛି ।

ଆମେରିକାର ସେନଫ୍ରାନ୍ସିସ୍କୋ ଅଞ୍ଚଳରେ ଥିବା ଓଳଲାଣ୍ଡ ଚିଡିଆଖାନାରେ ପଶୁମାନଙ୍କୁ କରୋନା ନିରୋଧି ଟିକା ପ୍ରଦାନ କରାଯାଉଛି । ସେଠାରେ ପ୍ରଥମେ ବାଘ ଓ ଭାଲୁମାନଙ୍କୁ ଏହି ଟିକା ପ୍ରଦାନ କରାଯାଉଛି । ପଶୁମାନଙ୍କ ପାଇଁ ଏହି କରୋନା ଟିକା ଆମେରିକାର ନ୍ୟୁ ଜର୍ସି ସ୍ଥିତ ହେଲ୍ଥ କମ୍ପାନୀ ଜିଓଟିକ୍ ପ୍ରସ୍ତୁତ କରିଛି । ଓଳଲାଣ୍ଡ ଜୋ ତରଫରୁ କରାଯାଇଥିବା ଟ୍ୱିଟରେ କୁହାଯାଇଛି କି, ପଶୁମାନଙ୍କୁ ଟିକାକରଣ କରିବାକୁ ଜିଓଟିକ୍ ତରଫରୁ ୧୧ ହଜାର ଟିକା ଦାନ କରାଯାଇଛି । ଏହି ଟିକାକୁ ଦେଶର ୨୭ ଟି ରାଜ୍ୟର ୭୦ ଟି ଚିଡିଆଖାନାକୁ ପ୍ରଦାନ କରାଯିବ । ଏହି ଟିକାକୁ ପ୍ରାରମ୍ଭରେ ବାଘ, ଭାଲୁ, ନେଉଳ ମାନଙ୍କୁ ଦିଆଯିବ ବୋଲି କୁହାଯାଇଛି ।

ହେଲ୍ଥ କମ୍ପାନୀ ଜିଓଟିକର ଉପ ସଭାପତି ମହେଶ କୁମାର କହିଛନ୍ତି କି, ଗତବର୍ଷ ଯେତେବେଳେ ହଙ୍ଗକଙ୍ଗରେ ଗୋଟିଏ ପୋଷା କୁକୁର ଠାରେ କରୋନା ଭୂତାଣୁ ଚିହ୍ନଟ ହୋଇଥିଲା ସେତେବେଳ ଠାରୁ କମ୍ପାନୀ ପକ୍ଷରୁ ଟିକା ଉପରେ କାମ କରିବା ଆରମ୍ଭ କରାଯାଇଥିଲା । ଏହାସହ ୮ ମାସ ମଧ୍ୟରେ ପ୍ରଥମ ପରୀକ୍ଷଣ ଆରମ୍ଭ କରାଯାଇଥିଲା । ଏହାକୁ ବିଶ୍ୱ ସ୍ୱସ୍ଥ୍ୟ ସଂଗଠନ ନିକଟରେ ପୈଠ କରାଯାଇଥିଲା । ଏବେ ପୋଷା ଜନ୍ତୁଙ୍କୁ ଟିକାର ଆବଶ୍ୟକତା ନଥିବାରୁ ଏହାକୁ ଚିଡିଆଖାନାରେ ଥିବା ପଶୁମାନଙ୍କୁ ଦିଆଯାଉଛି ।

କହିରଖୁ କି କୌଣସି ପଶୁରୋଗ ବା ଜନ୍ତୁରୋଗ ଯେବେ ମଣିଷ ମାନଙ୍କୁ ସଂକ୍ରମିତ କରି ଅନିଷ୍ଟ କରେ, ତାକୁ ମହାମାରୀ କହନ୍ତି। ପୁଣି ପଶୁଙ୍କ ଶରୀରକୁ ଯାଇ ଏହି ଭୂତାଣୁର ଅଧିକ ମ୍ୟୁଟେସନ ନହେବା ପାଇଁ ଆମେରିକା ଏଭଳି ଉଦ୍ୟମ କରୁଛି

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe