ବଡ଼ପରଦାରେ ବିଗ୍ ଫାଇଟ୍ । ଆନିମଲ ବନାମ ସାମ୍ ବାହାଦୂର

177

କନକ ବ୍ୟୁରୋ : ବଡ ପରଦାକୁ ଓହ୍ଲାଇଛନ୍ତି ଦୁଇଟି ବହୁ ପ୍ରତିକ୍ଷିତ ସିନେମା । ରଣବୀର କପୁରଙ୍କ ଆନିମଲ ସହ ବଡ ପରଦାରେ ଟକ୍କର ଦେଉଛି ବାୟୋପିକ ସିନେମା ସାମ ବାହାଦୂର । ଦୁଇଟି ଯାକ ସିନେମା ପରସ୍ପରଠୁ ସମ୍ପୂର୍ଣ୍ଣ ଅଲଗା ମନୋରଞ୍ଜର ସ୍ୱାଦ ନେଇ ଦର୍ଶକଙ୍କ ନିକଟରେ ପହଁଚିଛନ୍ତି । ପ୍ରଥମେ ଆସନ୍ତୁ ଜାଣିବା ଆନିମଲରେ କ’ଣ ରହିଛି ନୂଆ । ରଣବୀର କପୁରଙ୍କ ଅଭିନୟ ଶୈଳୀଠୁ ଦମଦାର ଡାଇଲଗ ଓ ଲୁକରେ ଏକ୍ସପେରିମେଂଟ କରାଯାଇଛି । ଅନୀଲ କପୁର ଓ ରଣବୀରଙ୍କ ବାପାପୁଆ କାହାଣୀକୁ ଅତି ସୁନ୍ଦରଭାବେ ଉପସ୍ଥାପନା କରାଯାଇଛି । ଫ୍ୟାମିଲି ଡ୍ରାମା, ଇମୋସନ, ରୋମାନ୍ସ, ଆକ୍ସନ ଓ ଥ୍ରୀଲରକୁ କାହାଣୀରେ ସ୍ଥାନ ଦିଆଯାଇଛି । ସେପଟେ ପ୍ରଥମ ଥର ପାଇଁ ଦକ୍ଷିଣ ଭାରତୀୟ ଅଭିନେତ୍ରୀ ରଶ୍ମୀକା ମନ୍ଦାନାଙ୍କ ସହ ରଣବୀରଙ୍କ ଅନସ୍କ୍ରିନ ଯୋଡିକୁ ଦର୍ଶକ ବେଶ ପସନ୍ଦ କରିଛନ୍ତି । ରିଲିଜ ପୂର୍ବରୁ ଆନିମଲ ରେକର୍ଡ ସ୍ତରରେ ପ୍ରିବୁକିଂ ମଧ୍ୟ ହୋଇଥିଲା । ସିନ୍ଦିପ ବାଙ୍ଗା ରେଡ୍ଡୀ ଆନିମଲର ନିର୍ଦ୍ଦେଶନା ଦେଇଛନ୍ତି । ଅନ୍ୟପଟେ ଫିଲ୍ମ ଫ୍ରାଇଡରେ ରିଲିଜ ହୋଇଛି ବାୟୋପିକ ସିନେମା ସାମ ବାହାଦୂର । ପୂର୍ବତନ ସେନାଧିକାରୀ ସାମ ମାନେକଶାଙ୍କ ଜୀବନୀ ଉପରେ ପର୍ଯ୍ୟବେସିତ ହୋଇଛି ସିନେମା । ମୁଖ୍ୟ ଭୂମିକାରେ ଭିକି କୌଶଳଙ୍କ ଦମଦାର ଅଭିନୟ ଦେଖିବାକୁ ମିଳିଛି । ମେଘନା ଗୁଲଜାର ନିର୍ଦ୍ଦେଶିତ ସିନେମା ସାମ ବାହାଦୂର ସବୁ ବର୍ଗର ଦର୍ଶକଙ୍କୁ ଖୁବ ପସନ୍ଦ ଆସୁଛି । ପ୍ରଥମ ଦିନରେ ସିନେମାକୁ ମିଳିଛି ଆଶାଠୁ ଅଧିକ ଭଲ ପ୍ରତିକ୍ରିୟା । ଦେଖିବାକୁ ବାକି ରହିଲା ରଣବୀରଙ୍କ ନୂଆ ଚରିତ୍ର ନା ଭିକିଙ୍କ ଚ୍ୟାଲେଂଜି ରୋଲ କିଏ ଦର୍ଶକଙ୍କଠୁ ଅଧିକ ଆକୃଷ୍ଟ କରିବାରେ ସଫଳ ହେଉଛି ।