କନକ ବ୍ୟୁରୋ: କରୋନା ବିରୋଧରେ ଭଲ ଫଳ ଦେଉଛି ଦେଶୀ ଟିକା । ଇଣ୍ଡିଆନ କାଉନସିଲ ଅଫ ମେଡିକାଲ ରିସର୍ଚ- ଆଇସିଏମଆର ଏବଂ ଭାରତ ବାୟୋଟେକ ଦ୍ୱାରା ପ୍ରସ୍ତୁତ ଏହି ଟିକାର ଜୀବଜନ୍ତୁଙ୍କ ଶରୀରରେ ପରୀକ୍ଷଣରୁ ଭଲ ଫଳାଫଳ ମିଳିଛି । ମାଙ୍କଡ ଜାତୀୟ ପ୍ରାଣୀ ଦେହରେ ଏହି ଟିକାର ପ୍ରମଥ ପର୍ଯ୍ୟାୟ ପରୀକ୍ଷଣ କରାଯାଇଛି । ୨୦ଟି ମାଙ୍କଡଙ୍କୁ ୪ଟି ଗ୍ରୁପରେ ଭାଗ କରି ଏହି ଟିକା ଦିଆଯାଇଥିଲା ।
ଗୋଟିଏ ଗ୍ରୁପକୁ ପ୍ଲାସେବୋ ଦିଆଯାଇଥିବାବେଳେ ଅନ୍ୟ ୩ଟି ଗ୍ରୁପକୁ ଭିନ୍ନଭିନ୍ନ ଡୋଜର ଟିକା ପ୍ରଦାନ କରାଗଲା । ଶୂନରୁ ୧୪ ଦିନ ଭିତରେ ଏହି ଟିକା ଦିଆଗଲା । ଏବଂ ତୃତୀୟ ସପ୍ତାହ ବେଳକୁ ମାଙ୍କଡ ଗୁଡିକ ଦେହରେ ପ୍ରଚୁର ମାତ୍ରାରେ ଆଂଟିବଡି ବା ରୋଗ ପ୍ରତିରୋଧ ଶକ୍ତି ବୃଦ୍ଧି ପାଉଥିବା ଦେଖାଯାଇଥିଲା । ଯାହା କୋଭିଡ ବିରୋଧରେ ଲଢଏଇ ପାଇଁ ସହାୟକ ହେବ । ଏନେଇ ଟ୍ୱିଟ କରି ସୂଚନା ଦେଇଛି ଭାରତ ବାୟୋଟେକ ।