ଶିମିଳିପାଳରେ ପଶୁ ସର୍ଭେ। ବନ୍ୟଜନ୍ତୁଙ୍କ ସୁରକ୍ଷା ପ।।ଇଁ ଆରମ୍ଭ ହୋଇଛି ତଥ୍ୟ ସଂଗ୍ରହ ଅଭିଯାନ।

ଶିମିଳିପାଳରେ ପଶୁ ସର୍ଭେ। ବନ୍ୟଜନ୍ତୁଙ୍କ ସୁରକ୍ଷା ପ।।ଇଁ ଆରମ୍ଭ ହୋଇଛି ତଥ୍ୟ ସଂଗ୍ରହ ଅଭିଯାନ।

କନକ ବ୍ୟୁରୋ: ଶିମିଳିପାଳରେ ପଶୁ ଗଣନା । ବନ୍ୟଜନ୍ତୁଙ୍କ ସୁରକ୍ଷା ପ।।ଇଁ ବିଭିନ୍ନ ପ୍ରୟାସ କରାଯାଉଛି । ସେମାନଙ୍କ ବାସସ୍ଥଳୀରୁ ନେଇ ସୁରକ୍ଷା ପର୍ଯ୍ୟନ୍ତ ଦିଆଯାଉଛି ଗୁରୁତ୍ୱ । ଏନେଇ ଜୀବଜନ୍ତୁଙ୍କ ସୁରକ୍ଷା ପାଇଁ ଆରମ୍ଭ ହୋଇଛି ତଥ୍ୟ ସଂଗ୍ରହ ଅଭିଯାନ । ଶିମିଳିପାଳରେ ୨ହଜାର ୭୫୦ ବର୍ଗକିଲୋମିଟର ପରିମିତ ଅଞ୍ଚଳରେ କାର୍ଯ୍ୟକାରୀ ହେଉଛି ହସ୍ତୀ ଓ ବ୍ୟାଘ୍ର ପ୍ରକଳ୍ପ । ବନ ବିଭାଗ ପକ୍ଷରୁ ଚଳିତ ମାସ ୧୬ରୁ ୮ ଦିନ ପର୍ଯ୍ୟନ୍ତ ଏହି ବନ୍ୟଜନ୍ତୁ ତଥ୍ୟ ସଂଗ୍ରହ କାର୍ଯ୍ୟକ୍ରମ ଚାଲିଛି ।

ପ୍ରତିବର୍ଷ ମୌସୁମୀ ପୂର୍ବରୁ ଓ ପରେ ଏହି କାର୍ଯ୍ୟକ୍ରମ ବନବିଭାଗ ପକ୍ଷରୁ ହାତକୁ ନିଆଯାଇଥାଏ । ଏଥିରେ ବନ୍ୟଜନ୍ତୁମାନଙ୍କର ସଂଖ୍ୟାରୁ ନେଇ ସେମାନଙ୍କ ବାସସ୍ଥାନ, ଖାଦ୍ୟଶୃଙ୍ଖଳ ତଥା ସେମାନଙ୍କ ପ୍ରତି ସୃଷ୍ଟି ହେଉଥିବା ବିପଦ ନେଇ ଅନେକ ତଥ୍ୟ ସଂଗ୍ରହ କରାଯାଇଛି । ବଡ କଥା ହେଲା ଅଭୟାରଣ୍ୟ ଭିତରକୁ ବନକର୍ମଚାରୀମାନେ ପାଦରେ ଚାଲି ଚାଲି ଗସ୍ତ କରିଥାନ୍ତି । ଦିନକୁ ୫ କିମି ଗସ୍ତ କରି ତଥ୍ୟ ସଂଗ୍ରହ କରୁଛନ୍ତି । ସେହିଭଳି ଅଭୟାରଣ୍ୟର ୧୭ଟି ରେଂଜର ୧୭୩ ବିଟ୍ରେ ତଥ୍ୟ ସଂଗ୍ରହ ଅଭିଯାନ ଜାରି ରହିଛି ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe