ବଡ଼ ପରଦାରେ ଧମାଲ କରୁଛି ‘ଆନିମଲ’ । ହଲିଉଡର ହାଇବଜେଟ ଫିଲ୍ମକୁ ପଛରେ ପକାଇଛି ‘ଆନିମଲ’

135

କନକ ବ୍ୟୁରୋ : ବଡ଼ ପରଦାରେ ଧମାଲ କରୁଛି ‘ଆନିମଲ’ । କେବଳ ଭାରତ ନୁହେଁ ବିଦେଶରେ ମଧ୍ୟ ରଣବୀର କାପୁରଙ୍କ ଏହି ଫିଲ୍ମର ଜଲୱା ଦେଖିବାକୁ ମିଳିଛି । ରିଲିଜ ହେବାର ମାତ୍ର ୩ଦିନରେ ବକ୍ସ ଅଫିସରେ ଏହି ଫିଲ୍ମ ୩୪୦କୋଟିରୁ ଉର୍ଦ୍ଧ ଟଙ୍କାର ବ୍ୟବସାୟ କରିଥିବା ଜଣାପଡିଛି ।

‘ମାଷ୍ଟର’ ଓ ‘ଆରଆରଆର’ ପରେ ‘ଆନିମଲ’ ରିଲିଜର ପ୍ରଥମ ସପ୍ତାହରେ ହିଁ ଗ୍ଲୋବାଲ ବକ୍ସ ଅଫିସର ଶୀର୍ଷତମ ସ୍ଥାନରେ ରହିଛି । ‘ନେପୋଲିୟନ’ ଏବଂ ‘ହଙ୍ଗର ଗେମ୍ସ’ ଭଳି ହଲିଉଡର ହାଇବଜେଟ ଫିଲ୍ମକୁ ମଧ୍ୟ ପଛରେ ପକାଇଛି ‘ଆନିମଲ’ । ସନ୍ଦୀପ ରେଡ୍ଡୀ ଭଙ୍ଗାଙ୍କ ନିର୍ଦ୍ଦେଶିତ ଏହି ସିନେମାରେ ରଣବୀରଙ୍କ ନାୟିକା ଭୂମିକାରେ ସାଉଥ ସୁନ୍ଦରୀ ମନ୍ଦନାଙ୍କୁ ଦେଖିବାକୁ ମିଳିଛି । ସେହିପରି ପ୍ରମୁଖ ଭୁମିକାରେ ଅନିଲ କପୁର, ବବି ଦେଓଲ, ତୃପ୍ତି ଡିମ୍ରି ଭଳି କଳାକାର ରହିଛନ୍ତି ।