ମଣିଷର ଅସଲି ଧର୍ମ ହେଉଛି ମାନବିକତା । ଧନ, ସଂପତ୍ତି , ଯୌବନ ଯେତେ ଥାଉ ନା କାହିିଁକି ଯଦି ମଣିଷ ମନରୁ ମାନବତା ମରିଯାଏ ତେବେ ସେ ପଶୁ ସହ ତୁଳନା ହୋଇଯାଏ । ଆଜିର ସମୟରେ ସମାଜରୁ ଜୀବରକ୍ଷାର ସନ୍ଦେଶ ଉଭେଇ ଯାଉଥିବା ବେଳେ ହାଇଦ୍ରାବାଦର ଏକ ଘଟଣା ଲୋକଙ୍କୁ ମାନବିକତାର ସଠିକ୍ ମିଶାଲ୍ ଦେବ ଏଥିରେ କୌଣସି ସନ୍ଦେହ ନାହିଁ ।
Video: Animal activists travel 150km to rescue dog from borewell in Warangal pic.twitter.com/DD1T7iN91A
— TOI Hyderabad (@TOIHyderabad) July 14, 2020
ହାଇଦ୍ରାବାଦରୁ ୧୫୦ କି.ମି ଦୂର ବାରଙ୍ଗଲରେ ଘଟିଛି ଏଭଳି ଏକ ଘଟଣା । ଏଠାକାର ଏକ ୭୦ ଫୁଟର ଗଭୀର କୂଅ ଭିତରେ ଗୋଟିଏ କୁକୁର ଗଳିପଡ଼ିଥିଲା । କୁକୁରକୁ ଉଦ୍ଧାର କରିବାକୁ ଚାହୁଁଥିଲେ ହେଁ କୂଅର ଗଭୀରତା ଦେଖି ଗାଁଲୋକ ସାହାସ ଜୁଟାଇପାରୁନଥିଲେ । ତେଣୁ ଗ୍ରାମବାସୀ କୁକୁର ଉଦ୍ଧାର ପାଇଁ ଆନିମଲ୍ ୱାରିୟର୍ କନଜରଭେସନ୍ ସୋସାଇଟି (ଏଡ଼ବ୍ଲ୍ୟୁସିଏସ୍ ) କୁ ଏହାର ସୂଚନା ଦେଲେ । ଖବର ପାଇବା ପରେ ଏହି ଟିମର ୫ ଜଣିଆ ସଦସ୍ୟ କାଳବିଳମ୍ବ ନ କରି ତୁରନ୍ତ ଉକ୍ତ ସ୍ଥାନକୁ ବାହାରିଲେ । ବ୍ୟକ୍ତିଗତ ଗାଡ଼ି ନଥିବା ସତ୍ତେ୍ୱ ଏକ ଭଡ଼ା ଗାଡ଼ିରେ ଆବଶ୍ୟକୀୟ ସାମଗ୍ରୀ ଧରି ୧୫୦ କି.ମି ଯାତ୍ରା କରି ଏହି ଟିମ୍ ପହଁଚିଥିଲେ ବାରଙ୍ଗଲ । ଉଦ୍ଦେଶ୍ୟ ଥିଲା ଗୋଟିଏ କିଭଳି ଜଲଦି କୁକୁରର ଜୀବନକୁ ବଂଚାଇହେବ । ରେସ୍କ୍ୟୁ ଟିମ୍ ସୂର୍ଯ୍ୟାସ୍ତ ପରେ ବାରଙ୍ଗଲରେ ପହଁଚି ଉଦ୍ଧାର କାର୍ଯ୍ୟ ଆରମ୍ଭ କଲେ । ଗଭୀର କୂଅ ଭିତରୁ ଉଦ୍ଧାର ହେଲା କୁକୁର , ଆଉ କୃତଜ୍ଞତାର ଛଳଛଳ ଆଖିରେ ମଣିଷକୁ ଦେଲା ଧନ୍ୟବାଦ ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/member_avatars/2024/12/05/2024-12-05t085615664z-9834a11b-9015-4cfe-ae63-b20008d51374.jpg)
/kanak/media/post_attachments/wp-content/uploads/2020/07/8-14.jpg)