ଅନୀଲ, ଅଙ୍କଲ ଓ ଡିଲବୟ। ନିଶାର ନମୁନା ପଛରେ ରହିଛି ରହସ୍ୟ?

1,702

କନକ ବ୍ୟୁରୋ: ଶୁଭଲକ୍ଷ୍ମୀ ମୃତ୍ୟୁ ସସପେନ୍ସରେ ନୂଆ ମୋଡ । ଦିନ ଯେତିକି ଗଡୁଛି , ସେତିକି ନୂଆ ନୂଆ ମୃତ୍ୟୁ ଥିଓରି ସାମ୍ନାକୁ ଆସୁଛି । ବୟଫ୍ରେଣ୍ଡ ବା ବାରର ଡିଲବୟ ସଞ୍ଜୟଙ୍କୁ ଜେରା ପରେ ଅଙ୍କଲ ଓ ଅନୀଲ ପଛରେ ପୁଲିସ । ମୃତ ଶୁଭଲକ୍ଷ୍ମୀଙ୍କ ମାଆ କହିଛନ୍ତି ଏହି ଅଙ୍କଲ ଓ ଅନୀଲ ଥିଓରୀ । ମାଆଙ୍କ ବୟାନ ଅନୁସାରେ, ମୃତ୍ୟୁ ପୂର୍ବରୁ ତାଙ୍କ ଝିଅ ଜୁଲାଇ ୩୦ ତାରିଖରେ ଭୁବନେଶ୍ୱର ଆସି ଅନୀଲ ଭୋଲଙ୍କ ସହ ଦୁଇଦିନ ହେଲାଣି ରହୁଛନ୍ତି ବୋଲି କହିଥିଲେ । ବର୍ଷା ହେଉଥିବାରୁ ଦୀପାଳି ହୋଟେଲ ରୁମରେ ଭଡା ନେଇ ଅନୀଲ ସହ ରହିଥିବା କଥା ଜାଣିଥିଲେ ଶୁଭଲକ୍ଷ୍ମୀଙ୍କ ମାଆ । ଏପରିକି ଭୁବନେଶ୍ୱରରେ ରହୁଥିବା ସମ୍ପର୍କୀୟ ଅଙ୍କଲ,ଆଣ୍ଟିଙ୍କ ପାଖରେ ଝିଅ ରହୁଥିବା କଥା ପରିବାର ସ୍ୱୀକାର କରିଛନ୍ତି । ସମ୍ପର୍କୀୟ ଅଙ୍କଲ ଶୁଭଲକ୍ଷ୍ମୀଙ୍କୁ ଡ୍ୟାନ୍ସ କରିବାକୁ ନେଉଥିଲେ ବୋଲି ବି କହିଛନ୍ତି ମାଆ । ଆଉ ଚର୍ଚ୍ଚା ହେଉଛି କେହି ଜଣେ ଅଙ୍କଲଙ୍କ ଯୋଗୁଁ ବିଭିନ୍ନ ସମୟରେ ଚାପରେ ରହୁଥିଲେ ଶୁଭଲକ୍ଷ୍ମୀ । ଏହି ଅଙ୍କଲ ଓ ଅନୀଲଙ୍କୁ ଖୁବଶୀଘ୍ର ତଦନ୍ତ ଘେରକୁ ଆଣିବ ପୁଲିସ ।

ଦୀପାଳି ହୋଟେଲର ୨୦୫ ନମ୍ବର ରୁମ୍କୁ ପୁଲିସ ସିଲ କରିଥିବାବେଳେ ବାର ବନ୍ଦ କରିଦେଇଛନ୍ତି ମାଲିକ । ହୋଟେଲ ରୁମର ସିସିଟିଭି ଫୁଟେଜ ସହ ରେଜଷ୍ଟ୍ରାରକୁ ନେଇ ଖୋଳତାଡ କରୁଛି ପୁଲିସ । ଅନ୍ୟପଟେ ଶବ ବ୍ୟବଚ୍ଛେଦ ରିପୋର୍ଟ କହୁଛି, ଶୁଭଲକ୍ଷ୍ମୀ ଆତ୍ମହତ୍ୟା କରିଛନ୍ତି । ମୃତ୍ୟୁର କିଛି ଘଂଟା ପୂର୍ବରୁ ନିଶାସେବନ କରିଥିବା ସନ୍ଦେହ କରି ଭିସେରା ଟେଷ୍ଟ ପାଇଁ ପଠାଯାଇଛି । ମୃତ୍ୟୁ ପୂର୍ବରୁ ଶୁଭଲକ୍ଷ୍ମୀ ନିଶାଦ୍ରବ୍ୟ ନା ବିଷ ପିଇଥିଲେ ତାହା ସ୍ପଷ୍ଟ ହୋଇନାହିଁ ।

କିଏ ସେହି ଅନୀଲ ଭୋଳ?
ଅନୀଲଙ୍କ ସହ ଶୁଭଲକ୍ଷ୍ମୀଙ୍କ କି ସମ୍ପର୍କ ଥିଲା?
କୌଣସି ଭିଡିଓ ଭାଇରାଲ ନେଇ କରାଯାଉଥିଲା କି ବ୍ଲାକମେଲିଂ?
କାହା ଫୋନକୁ ଯାଇଥିଲା ଶୁଭଲକ୍ଷ୍ମୀଙ୍କ ଶେଷ କଲ୍?
ଶୁଭଲକ୍ଷ୍ମୀ ଜୀବନ ହାରିଲେ କାହିଁକି ? ଏଭଳି ଅସମାହିତ ପ୍ରଶ୍ନର ଖୋଜୁଛି ପୁଲିସ ।