କନକ ବ୍ୟୁରୋ: ବଲିଉଡ ଦବଙ୍ଗ ଗାର୍ଲ ଭାବେ ପରିଚତ କଙ୍ଗନା ରନାୱତ୍ ସବୁବେଳେ ନିଜ ମନ୍ତବ୍ୟକୁ ନେଇ ଚର୍ଚ୍ଚାରେ ରହିଆସୁଥିବାବେଳେ ଏବେ ଅନ୍ୟ କିଛି କାରଣ ପାଇଁ ଚର୍ଚ୍ଚାରେ ଅଛନ୍ତି । ୩୪ ବର୍ଷିୟା କଙ୍ଗନା ଏଯାଏଁ ଅବିବାହିତ । ତାଙ୍କୁ ବିବାହ କରିବାକୁ ସେଲିବ୍ରିଟିଙ୍କ ଠାରୁ ଆରମ୍ଭ କରି ଖ୍ୟାତନାମା ବିଜନେସମ୍ୟାନ ସମସ୍ତଙ୍କ ଭିତରେ ପ୍ରବଳ ଆଗ୍ରହ । ଏହାରି ଭିତରେ ଏମିତି ଏକ ଖବର ଯାହା ତାଙ୍କ ପ୍ରଶଂସକଙ୍କୁ ଚମକାଇ ଦେଇଛି । ତାଙ୍କ ପ୍ରେମରେ ଏପରି ଜଣେ ଦିବଙ୍ଗତ ଅଭିନେତା ପଡିଯାଇଛନ୍ତି ଯେ, କଙ୍ଗନାଙ୍କ ପାଇଁ ସେ ନିଜ ପତ୍ନୀଙ୍କୁ ମଧ୍ୟ ଛାଡିଦେଇପାରନ୍ତି ବୋଲି ଏକ ସାକ୍ଷାତକାରରେ କହିଛନ୍ତି । ଏହାକୁ ନେଇ ଏବେ ସୋସିଆଲ ମିଡିଆ ତଥା ବି-ଟାଉନରେ ଚର୍ଚ୍ଚା ଜୋର ଧରିଛି ।
କଙ୍ଗନାଙ୍କ ପ୍ରେମରେ ପଡିଥିବା ଏହି ଅଭିନେତା ଜଣଙ୍କ ହେଉଛନ୍ତି ଅନିଲ କପୁର । କଥା ହେଉଛି ପ୍ରଯୋଜକ କରନ ଜୋହରଙ୍କ ପ୍ରୋଗ୍ରାମ ‘ କଫି ୱିଥ୍ କରନ୍’ ସୋକୁ ଅତିଥି ଭାବେ ନିମନ୍ତ୍ରୀତ ହୋଇଥିଲେ ଅନିଲ କପୁର । ଏହି ଅବସରରେ କରନ ତାଙ୍କୁ ପଚାରିଥିଲେ ଯେ, ‘ଏପରି ଜଣେ ମହିଳାଙ୍କ ନାଁ କୁହନ୍ତୁ ଯାହା ପାଇଁ ଆପଣ ନିଜ ପତ୍ନୀଙ୍କୁ ଛାଡିବାକୁ ପ୍ରସ୍ତୁତ’ ଏହି ପ୍ରଶ୍ନର ଉତ୍ତର ଦେବାକୁ ଯାଇଥିଲେ ଯେ, ସେ କଙ୍ଗନାଙ୍କ ବ୍ୟକ୍ତିତ୍ୱକୁ ବହୁତ ପସନ୍ଦ କରନ୍ତି । ତାଙ୍କୁ ଖୁବ ପ୍ରଶଂସା କରିବା ସହ କଙ୍ଗନାଙ୍କ ପାଇଁ ପତ୍ନୀଙ୍କୁ ଛାଡପତ୍ର ଦେବାକୁ ପ୍ରସ୍ତୁତ ବୋଲି କହିଥିଲେ ଅନିଲ । ଯଦିଓ ଅନିଲ ଏହାକୁ ମଜାରେ କହିଥିଲେ କିନ୍ତି ୟୁଜର୍ସ ଏହାକୁ ଟ୍ରୋଲ କରିବା ସହ ଅନେକ କମେଣ୍ଟ ଦେଇଥିଲେ ।
ଅନିଲ ୧୯୮୪ ମସିହାରେ ସୁନୀତାଙ୍କୁ ବିବାହ କରିଥିଲେ । ସେତେବେଳେ ସୁନୀତା ଜଣେ ମଡେଲ ଥିଲେ । ଏବେ ସୁନୀତା ଜଣେ କଷ୍ଟ୍ୟୁମ ଡିଜାଇନର । ଦୁହିଁଙ୍କର ୩ଜଣ ସନ୍ତାନ ଅଛନ୍ତି । ସୋନମ କପୁର, ରିୟା କପୁର ଓ ହର୍ଷବର୍ଦ୍ଧନ କପୁର । ସୋନମ ଓ ହର୍ଷବର୍ଦ୍ଧନ ଅଭିନୟ ଜଗତରେ ସକ୍ରିୟ ଥିବାବେଳେ ରିହା କିନ୍ତୁ ପ୍ରଯୋଜନା କରୁଛନ୍ତି ।