କନକ ବ୍ୟୁରୋ: ମହାରାଷ୍ଟ୍ରର ପୂର୍ବତନ ଗୃହମନ୍ତ୍ରୀ ତଥା ଏନସିପି ନେତା ଅନୀଲ ଦେଶମୁଖଙ୍କ ଜେଲରୁ ବାହାରିବାର ରାସ୍ତା ସଫା ହୋଇଛି । ସିବିଆଇ ବମ୍ବେ ହାଇକୋର୍ଟରେ ଦେଶମୁଖଙ୍କ ଆବେଦନକୁ ରଦ୍ଦ କରିବାକୁ ଆବେଦନ କରିଥିଲା । ତେବେ କୋର୍ଟ ଏହାକୁ ଖାରଜ କରିଦେଇଛନ୍ତି । ଏହି ରାୟ ପରେ ଅନୀଲ ଦେଶମୁଖ ମୁମ୍ବାଇର ଆର୍ଥର ରୋଡ ଜେଲରୁ ଆସନ୍ତାକାଲି ସୁଦ୍ଧା ବାହାରକୁ ଆସିପାରନ୍ତି ।
ଅନୀଲ ଦେଶମୁଖଙ୍କ ଉପରେ ଦୁର୍ନୀତିର ଅଭିଯୋଗ ଆସିବା ପରେ ସେ ଜେଲରେ ରହିଛନ୍ତି । ସିବିଆଇ ଏହି ମାମଲାର ଯାଞ୍ଚ ଜାରିରଖିଛି । ଏନସିପିର ୭୩ ବର୍ଷୀୟ ନେତାଙ୍କୁ ବମ୍ବେ ହାଇକୋର୍ଟର ଜଷ୍ଟିସ ଏମଏସ କାର୍ଣ୍ଣିକଙ୍କ ଖଣ୍ଡପୀଠ ଡିସେମ୍ବର ୧୨ରେ ଜାମିନ ପ୍ରଦାନ କରିଥିଲେ । ତେବେ କୋର୍ଟ କହିଥିଲେ ଯେ ଏହି ରାୟର ୧୦ ଦିନ ପରେ କାର୍ଯ୍ୟକାରୀ ହେବ । କାରଣ ସିବିଆଇ ଏହାକୁ ଉପର ଆଦାଲତରେ ଚ୍ୟାଲେଞ୍ଜ ଦେବା ପାଇଁ ସମୟ ମାଗିଥିଲେ ।
ସେପଟେ ଯାଞ୍ଚ ଏଜେନ୍ସି ବମ୍ବେ ହାଇକୋର୍ଟରୁ ଦେଶମୁଖଙ୍କ ଜାମିନ ନେଇ ଆଦେଶକୁ ରୋକିବା ପାଇଁ ସୁପ୍ରିମକୋର୍ଟରେ କରିଥିବା ଆବେଦନର ଶୁଣାଣି ଜାନୁଆରୀ ମାସରେ ହେବ । ଡିସେମ୍ବର ୨୭ରେ ଏହା ଉପରେ ଶୁଣାଣି ହେବାର ଥିଲା । ତେବେ କୋର୍ଟର ଛୁଟି ଚାଲିଥିବା କାରଣରୁ ଆସନ୍ତା ଜାନୁଆରୀ ମାସରେ ଏହାର ଶୁଣାଣି ସୁପ୍ରିମକୋର୍ଟରେ ହେବ ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2022/12/1600x960_399778-anil-deshmukh-and-bombay-high-court.jpg)