କନକ ବ୍ୟୁରୋ : ମହାରାଷ୍ଟ୍ର ପୂର୍ବତନ ଗୃହମନ୍ତ୍ରୀଙ୍କ ମାମଲାରେ ଏବେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ଆକ୍ସନ ମୋଡକୁ ଆସିଛି । ବେଆଇନ ଅର୍ଥ କାରବାର ମାମଲାରେ ଶୁକ୍ରବାର ଦିନ ଇଡି ପକ୍ଷରୁ ଅନୀଲ ଦେଶମୁଖଙ୍କ ୪.୨୦ କୋଟି ଟଙ୍କାର ସଂପତ୍ତି ଜବତ କରିଛି । ଏହାସହ ଏହି ମାମଲାରେ ଦେଶମୁଖଙ୍କ ପତ୍ନୀଙ୍କୁ ବି ଇଡି ପଚରା ଉଚରା କରିବ ବୋଲି କୁହାଯାଇଛି ।
ଇଡି ପିଏମଏଲଏ ଧାରାରେ ଅନୀଲ ଦେଶମୁଖ, ତାଙ୍କ ପତ୍ନୀ ଓ କମ୍ପାନୀ ପ୍ରିମିୟର ପୋର୍ଟ ଲିଙ୍କସ୍ ପ୍ରାଇଭେଟ ଲିମିଟେଡର ୪.୨୦ କୋଟି ଟଙ୍କାର ସଂପତ୍ତି ଜବତ୍ କରିଛି । ଏହି ସଂପତ୍ତି ମଧ୍ୟରେ ରହିଛି ମୁମ୍ବାଇର ଏକ ଜମି, ରାୟଗଡରେ ୨.୬୭ କୋଟି ଟଙ୍କାର ଜମି ରହିଛି । ଇଡି ଆଇପିସି ଧାରା ୧୨୦-ବି, ୧୮୬୦ ଓ ପିଏମ୍ ଅଧିନିୟମ ୧୯୮୮ ଧାରା ୭ ଅଧିନରେ ଜବତ କରିଛି । ଅନୀଲଙ୍କ ଉପରେ ଅଭିଯୋଗ ଥିଲା କି ସେ ଏକ ବଡ ପଦରେ ରହି ଅନିତୀ ଉପାୟରେ ଲାଭ ଉଠାଇବାକୁ ଚେଷ୍ଟା କରିଥିଲେ ।
Enforcement Directorate (ED) says it has attached immovable assets worth Rs 4.20 crores belonging to former Maharashtra Home Minister Anil Deshmukh and his family under PMLA in a corruption case pic.twitter.com/iNafh7iI2o
— ANI (@ANI) July 16, 2021
କହିରଖୁ କି ଅନୀଲ ଅମ୍ବାନୀଙ୍କ ବାସଭବନ ନିକଟରେ ଏକ କାରରୁ ଜିଲୋଟିନ ଛଡ ମିଳିବା ପରେ ଏହାକୁ ନେଇ ମହାରାଷ୍ଟ୍ର ରାଜନୀତି ସରଗରମ ହୋଇଥିଲା । ଏହାପରେ କାରର ମାଲିକଙ୍କ ମୃତଦେହ ମିଳିବା ବି ମାମଲାକୁ ଆହୁରି ରୂଚକ କରିଥିଲା । ଏହି ମାମଲାରେ ସଂପୃକ୍ତି ଥିବା ନେଇ ମୁମ୍ବାଇର ପୂର୍ବତନ ପୋଲିସ କମିଶନର ପରମବୀର ସିଂଙ୍କ ନାମ ଆସିଥିଲା । ଏହି ମାମଲାରେ ଧିରେ ଧିରେ ସେତେବେଳେ ମହାରାଷ୍ଟ୍ରର ଗୃହମନ୍ତ୍ରୀ ଥିବା ଅନୀଲ ଦେଶମୁଖ ଛନ୍ଦି ହୋଇଯାଇଥିଲେ । ତାଙ୍କ ନାମରେ ଅଭିଯୋଗ ଆସିଥିଲା କି ସେ ପୋଲିସ କର୍ମଚାରୀଙ୍କୁ ରାଜ୍ୟର ବଡ ବଡ ହୋଟେଲ ଓ ଅନ୍ୟ ବ୍ୟବସାୟୀୟଙ୍କ ଠାରୁ ଚାନ୍ଦା ଆଦାୟ କରିବାକୁ ନିର୍ଦ୍ଦେଶ ଦେଇଥିଲେ ।