ବଡଭାଇ ଏବଂ ଭାଉଜଙ୍କୁ ଧନ୍ୟବାଦ ଦେଲେ କୋଟିପତି ବ୍ୟବସାୟୀ ଅନିଲ୍ ଅମ୍ବାନୀ ! ଏରିକ୍ସନର ବଳକା ଟଙ୍କା ସୁଝିବାରେ ଭାଇ-ଭାଉଜ କଲେ ସାହାଯ୍ୟ ।

926

କୋଟିପତି ବ୍ୟବସାୟୀ ଅନିଲ୍ ଅମ୍ବାନୀ ଆଜି ନିଜ ବଡଭାଇ ମୁକେଶ୍ ଅମ୍ବାନୀ ଏବଂ ଭାଉଜ ନୀତା ଅମ୍ବାନୀଙ୍କୁ ଧନ୍ୟବାଦ ଜଣାଇଛନ୍ତି । ଅନିଲ୍ ଅମ୍ବାନୀ କହିଛନ୍ତି ଏରିକ୍ସନରେ ୫୫୦ କୋଟି ଟଙ୍କାର କରଜ ଦେବା ପାଇଁ ଆର୍ଥୀକ ସ୍ତରରେ ସାହାଯ୍ୟ କରିଥିବାରୁ ସେ ବଡଭାଇ ଏବଂ ଭାଉଜଙ୍କୁ ଧନ୍ୟବାଦ ଜଣାଉଛନ୍ତି । ଯଦି ଅନିଲ୍ ଅମ୍ବାନୀ ଟେଲିକମ୍ କମ୍ପାନୀ ରିଲାଏନ୍ସ କମ୍ୟୁନିକେସନ୍ (ଆରକମ୍) କୁ ମଙ୍ଗଳବାର ସୁଦ୍ଧା ଏରିକ୍ସନର ବଳକା ଟଙ୍କା ସୁଝି ନପାରିଥିଲେ ତାଙ୍କୁ ୩ ମାସ ପାଇଁ ଜେଲ୍ ଯିବାକୁ ପଡିଥାନ୍ତା । ଅସୁବିଧା ସମୟରେ ବଡଭାଇ ମୁକେଶ୍ ଅମ୍ବାନୀ ଏବଂ ଭାଉଜ ନୀତା ଅମ୍ବାନୀ ସାହାଯ୍ୟ କରିଥିବାରୁ ସେ ତାଙ୍କୁ ଧନ୍ୟବାଦ ଅର୍ପଣ କରିଛନ୍ତି ।

ରିଲାଏନ୍ସ କମ୍ୟୁନିକେସନ୍ ସୁପ୍ରିମକୋର୍ଟର ଆଦେଶ ପାଳନ କରି ଏରିକ୍ସନକୁ ଅନିଲ୍ ଅମ୍ବାନୀ ୫୫୦ କୋଟି ଟଙ୍କା ଏବଂ ଏହା ଉପରେ ଋଣ ମଧ୍ୟ ଦେଇସାରିଛନ୍ତି । ଏରିକ୍ସନ୍ ପ୍ରବକ୍ତା ମଧ୍ୟ ଏହି କଥାରେ ସହମତି ଜଣାଇ ଆରକମ୍ ବଳକା ୪୬୦ କୋଟି ଟଙ୍କାର ଅନ୍ତିମ କିସ୍ତି ସୁଝିଥିବାର କହିଛନ୍ତି । ଏହାପୂର୍ବରୁ ଆରକମ୍ ୧୧୮ କୋଟି ଟଙ୍କା ମଧ୍ୟ ସୁଝିସାରିଛନ୍ତି ।