ବଢିଲା ଅନିଲ ଅମ୍ବାନୀଙ୍କ ଅଡୁଆ : ୪ସପ୍ତାହ ମଧ୍ୟରେ ଏରିକ୍ସନକୁ ୫୫୦ କୋଟି ଟଙ୍କା ନଫେରାଇଲେ ଯିବାକୁ ପଡିବ ଜେଲ୍

200

ଦେଶର ସବୁଠାରୁ ବଡ ବ୍ୟବସାୟୀରେ ଗଣାଯାଉଥିବା ଅନିଲ ଅମ୍ବାନୀଙ୍କୁ ସୁପ୍ରିମକୋର୍ଟ ନିଜର ଅବମାନନା ମାମଲାରେ ଦୋଷୀ ସାବ୍ୟସ୍ତ କରିଛି । ଏରିକ୍ସନ କମ୍ପାନୀର ୫୫୦ କୋଟି ଟଙ୍କାର ଋଣ ମାମଲା । ଅନିଲଙ୍କ କମ୍ପାନୀ ରିଲାଏନ୍ସ କମ୍ୟୁନିକେସନ୍ କୋର୍ଟରେ ପ୍ରତିଜ୍ଞା କରିବା ପରେ ମଧ୍ୟ ଏରିକ୍ସନ କମ୍ପାନୀର ଟଙ୍କା ଶୁଝିଲେନି । କୋର୍ଟ ଭାବିଲା କି, ରିଲାଏନ୍ସ ଜାଣିଶୁଣି ତାଙ୍କୁ ଭୁତଉଛି । ଅନିଲ ଅମ୍ବାନୀଙ୍କ ସହିତ ତାଙ୍କ ସମୂହର ୨ବଡ଼ ଅଧିକାରୀ ସତୀଶ ସେଠ୍ ଓ ଛାୟା ବିରାନୀଙ୍କୁ ମଧ୍ୟ ଅବମାନନାରେ ଦୋଷୀ ସାବ୍ୟସ୍ତ କରିଛି ।

ଅବମାନନାରେ ଦୋଷୀ ସାବ୍ୟସ୍ତ ପରେ କୋର୍ଟ ରିଲାଏନ୍ସକୁ ଋଣ ପରିଶୋଧ କରିବାର ଅନ୍ତିମ ସୁଯୋଗ ଦେଇଛି । କୋର୍ଟ କହିଛି କି, ଯେଉଁ ୫୫୦ କୋଟି ଟଙ୍କା ଏରିକ୍ସନକୁ ପରିଶୋଧ କରିବାର ଥିଲା, ତାହା ଏବେ ସୁଧ ସମେତ ଦିଆଯିବ । ଏପର୍ଯ୍ୟନ୍ତ କୋର୍ଟରେ ଜମା ଥିବା ୧୧୮ କୋଟି ଟଙ୍କା ତୁରନ୍ତ ଏରିକ୍ସନକୁ ଦିଆଯିବ । ଏହା ବ୍ୟତୀତ ୪ସପ୍ତାହ ଭିତରେ ରିଲାଏନ୍ସ ୪୫୩ କୋଟି ଟଙ୍କା ଦେବ । ଯଦି କମ୍ପାନୀ ଏମିତି କରିବାରେ ଅସଫଳ ହୁଏ, ତେବେ କମ୍ପାନୀର ଚେୟାରମେନ୍ ଅନିଲ ଅମ୍ବାନୀ ଓ ଦୁଇ ଅଧିକାରୀଙ୍କୁ ୩ ମାସର ଜେଲ୍ ଦଣ୍ଡ ମିଳିବ । କୋର୍ଟ ଏହା ବି କହିଛି କି, ଅବମାନନାର ତିନି ଦୋଷୀ ୧-୧ କୋଟି ଟଙ୍କା ସୁପ୍ରିମକୋର୍ଟର ବିଧିକ ସହାୟତା ସମିତିରେ ଜମା କରାଇବେ । ଯଦି ଏମିତି ନକରନ୍ତି, ତେବେ ତାଙ୍କୁ ଆହୁରି ଗୋଟିଏ ମାସର ଦଣ୍ଡ ମିଳିବ ।

ସୂଚନାଯୋଗ୍ୟ, ଅନିଲ ଅମ୍ବାନୀଙ୍କ କମ୍ପାନୀ ରିଲାଏନ୍ସ କମ୍ୟୁନିକେସନ୍ ଏରିକ୍ସନ୍ ଠାରୁ ଋଣ ନେଇଥିଲା । ଋଣ ପରିଶୋଧ କରିନପାରିବାରୁ ଏରିକ୍ସନ କମ୍ପାନୀ ନ୍ୟାସନାଲ କମ୍ପାନୀ ଲ’ ଟ୍ରିବ୍ୟୁନାଲର ଦ୍ୱାରସ୍ଥ ହୋଇଥିଲା । କହିଲା କି, ଆରକମ୍ କୁ ଦେବାଳିଆ ଘୋଷଣା କରି ବିକ୍ରି କରାଯାଉ । ଏଥିରୁ ମିଳିବାକୁ ଥିବା ଟଙ୍କାରୁ ଋଣ ପରିଶୋଧ ହେଉ । ନ୍ୟାସନାଲ କମ୍ପାନୀ ଲ’ ଟ୍ରିବ୍ୟୁନାଲ ମାମଲାର ବିଚାର ପାଇଁ ସ୍ୱୀକାର କରିନେଲା ।