ଋଣ ସୁଝିବାକୁ ସୁନା ବିକିଲେ ବିଶିଷ୍ଟ ଶିଳ୍ପପତି ଅନୀଲ ଅମ୍ବାନୀ । ଲଣ୍ଡନ କୋର୍ଟକୁ ଦେଲେ ବୟାନ୍ । କହିଲେ ସବୁସୁନା ବିକି ମିଳିଥିଲା ୧୦ କୋଟି, ଏବେ ହାତ ଖାଲିି

2,611

କନକ ବ୍ୟୁରୋ : ଋଣ ସୁଝିବାକୁ ଓକିଲ ଫିସ୍ ଦେବାକୁ ସୁନା ବିକିଲେ ବିଶିଷ୍ଟ ଶିଳ୍ପପତି ଅନୀଲ ଅଂବାନୀ । ଲଣ୍ଡନ କୋର୍ଟଂକୁ ଏପରି ଚକିତ କରିଦେଲା ପରି ବୟାନ୍ ଦେଇଛନ୍ତି ଭାରତର ବିଶିଷ୍ଟ ଶିଳ୍ପପତି ଅନୀଲ ଅଂବାନୀ । ଲଣ୍ଡନ କୋର୍ଟରେ ସେ କହିଛନ୍ତି ତାଙ୍କ ନିକଟରେ ଥିବା ସମସ୍ତ ସୁନା ଗହଣା ସେ ବିକ୍ରି କରିଦେଇଛନ୍ତି । କେବଳ ଋଣ ସୁଝିବାକୁ ଓ ଆଇନଗତ ଲଢେଇରେ ଓକିଲଙ୍କ ଟଙ୍କା ଦେବାକୁ ସେ ଏପରି ପଦକ୍ଷେପ ନେଇଛନ୍ତି ।

ଏହାକୁ ବିକ୍ରି କରିବା ପରେ ତାଙ୍କୁ ଏଥିରୁ ପ୍ରାୟ ୧୦ କୋଟି ଟଙ୍କା ମିଳିଥିଲା । ହେଲେ ଏବେ ତାଙ୍କ ହାତ ଖାଲି । ପାଖରେ କିଛି ବି ନାହିଁ । ଗୋଟିଏ କାରକୁ ବାଦଦେଲେ ପାଖରେ ନାହିଁ କୌଣସି ସମ୍ପତି ନାହିଁ । ଗତ ଜାନୁଆରୀରୁ ଜୁନ୍ ମାସ ମଧ୍ୟରେ ଅନୀଲ ଅଂବାନୀ ଏହି ସୁନା ବିକ୍ରି କରିଦେଇଥିଲେ । ଏବେ ସେ କେବଳ ଏକ ସାଧାରଣ ଜୀବନ ଜିଉଁଛନ୍ତି । ଲଣ୍ଡନ କୋର୍ଟରେ ବର୍ତମାନ ଅନୀଲ ଅଂବାନୀ କହିଛନ୍ତି ସାରା ବିଶ୍ୱରେ ତାଙ୍କର ଆଉ କୌଣସି ସ୍ଥାନରେ ସମ୍ପତି ନାହିଁ ।

ଗଣମାଧ୍ୟମ ତାଙ୍କ ନାଁରେ ଅନେକ ମନଗଢା କାହାଣି ପ୍ରଚାର କରୁଛି । ଚୀନ୍ ବ୍ୟାଙ୍କର ଋଣ ଖିଲାପି ମାମଲାରେ ଲଣ୍ଡନ କୋର୍ଟରେ ହାଜର ହୋଇ ଏପରି ବୟାନ୍ ରଖିଛନ୍ତି ଅନୀଲ ଅଂବାନୀ । ଭାରତର ଏହି ବିଜନେସ୍ ଟାଇକୁନ୍ ଏବେ ଦେବାଳିଆ ସ୍ଥିତିରେ ରହିଛନ୍ତି ।