କନକ ବ୍ୟୁରୋ: ଚର୍ଚ୍ଚାରେ ଅନୁଗୁଳର ଲାଇବ୍ରେରୀ ରେଷ୍ଟୁରାଣ୍ଟା ଅନୁଗୁଳ ସହରର ଭିଆଇପି ରୋଡରେ ରହିଛି ତକ୍ଷ ନାମକ ରେଷ୍ଟୁରାଣ୍ଟ । ଅତ୍ୟାଧୁନିକଶୈଳୀରେ ରାସ୍ତା କଡ଼ରେ ଚାଲିଛି ରେଷ୍ଟୁରାଣ୍ଟ । ରାସ୍ତାରେ ଯାଉଥିବା ଲୋକଙ୍କ ଏହା ଖୁବ୍ ଅକୃଷ୍ଟ କରିଥାଏ । ରେଷ୍ଟୁରାଣ୍ଟ ଭିତରକୁ ଗଲେ ଖାଇବା ଟେବୁଲ ସାଇଡରେ ରହିଛି ବହି ଥାକ । ପାଠକ ଏବଂ ଗ୍ରାହକମାନଙ୍କୁ ଆକର୍ଷିତ କରିବା ପାଇଁ ଏଭଳି ଅଭିନବ ପ୍ରୟାସ କରାଯାଇଥିବା କୁହାଯାଉଛି । ରେଷ୍ଟୁରାଣ୍ଟ ଭିତରକୁ ଗଲେ ସେଠାରେ ଏକ ପୋଷ୍ଟର ଲାଗିଛି । ଯେଉଁଥିରେ ଲେଖାଅଛି ଲଗାତର ଯିଏ ୧୦ ଘଣ୍ଟା ଯାଏ ବହି ପଢ଼ିବ ତାଙ୍କୁ ଜିଲ୍ଲାପାଳଙ୍କ ତରଫରୁ ଆପ୍ୟାୟିତ କରାଯିବ ।

Advertisment

ଲଗାତର ୧୦ ଘଣ୍ଟା ଧରି ବହି ପଢ଼ିଲେ ରେଷ୍ଟୁରାଣ୍ଟରେ ମଧ୍ୟାନ୍ନ ଭୋଜନ ଓ ରାତ୍ରୀ ଭୋଜନର ଆୟୋଜନ କରିବେ ଜିଲ୍ଲାପାଳ । ତା’ପୁଣି ସେହି ରେଷ୍ଟୁରାଣ୍ଟରେ ମଧ୍ୟାନ୍ନ ଭୋଜନ ଓ ରାତ୍ରୀଭୋଜନ । ବହି ପଢ଼ିବା ଲୋକଙ୍କୁ ସମ୍ପୂର୍ଣ୍ଣ ମାଗଣାରେ ଏସବୁ ଖାଦ୍ୟ ଖାଇବାକୁ ମିଳିବା ସହ ଜିଲ୍ଲାପାଳ ପେମେଣ୍ଟ କରିବାର ବ୍ୟବସ୍ଥା ରହିଛି । ତେବେ ପ୍ରଥମ ଥର ପାଇଁ ଏଭଳି କିଛି ଖବର ସାମ୍ନାକୁ ଆସିଛି । ଶୀତତାପ ନିୟନ୍ତ୍ରୀତ ରେଷ୍ଟୁରାଣ୍ଟରେ ବସି ପାଠ ପଢ଼ିବାର ବ୍ୟବସ୍ଥା କରାଯାଇଛି । ଏଠାରେ ଯେ କୌଣସି ବ୍ୟକ୍ତି ଆସି ପାଠ ପଢ଼ିପାରିବେ । ଆଜିର ଯୁବପିଢ଼ି ବହି ପଢ଼ାଠାରୁ ଦୂରେଇ ଯାଉଥିବା ବେଳେ ଜିଲ୍ଲାପାଳଙ୍କ ଏଭଳି ପ୍ରୟାସକୁ ସାଧାରଣରେ ପ୍ରଶଂସା କରାଯାଇଛି । ଯୁବପିଢ଼ି ଓ ଛାତ୍ରଛାତ୍ରୀ ମାନଙ୍କ ପାଇଁ ଏହା ଏକ ଭଲ ବାର୍ତା ବୋଲି କୁହାଯାଉଛି ।