ଅନୁଗୁଳ-ତାଳଚେର ରେଳଲାଇନ ଏ ଯାଏଁ ହୋଇନି ସ୍ୱାଭାବିକ : ଟ୍ରେନର ବିଭିନ୍ନ ବଗିକୁ କ୍ରେନ ସହାୟତାରେ ଉଠାଯାଉଛି

ହଟାଗଲା ୪ଟି ବଗୀ, ଇଂଜିନ ସହିତ ଉଠାଯିବ ଆହୁରି ୨ଟି ବଗି ; ଗତକାଲି ମାଲବାହୀ ଟ୍ରେନ୍ ହୋଇଥିଲା ଲାଇନଚ୍ୟୁତ

83

କନକ ବ୍ୟୁରୋ : ଅନୁଗୁଳ-ତାଳଚେର ରେଳଲାଇନ ଏ ଯାଏଁ ସ୍ୱାଭାବିକ ହୋଇପାରିନାହିଁ । ଅନୁଗୁଳ ବଅଁରପାଳ ବ୍ଲକ ମୁଣ୍ଡାମାଳ ସାହି ନିକଟରେ ଗତକାଲି ଏହି ମାଲବାହୀ ଟ୍ରେନ୍ ଲାଇନଚ୍ୟୁତ ହୋଇଥିଲା । ଏବେ ଟ୍ରେନର ବିଭିନ୍ନ ବଗିକୁ କଟର, ଜେସିବି ଓ କ୍ରେନ ସହାୟତାରେ ଉଠାଯାଇଛି । ଏଯାଏଁ ୪ଟି ବଗିକୁ ହଟାଯାଇଛି ।

ଇଞ୍ଜିନ ସହ ଆହୁରି ୨ଟି ବଗି ଉଠାଯିବାର ଅଛି । ସମସ୍ତ ବଗି ଓ ପଡିଥିବା ଗହମ ବସ୍ତା ଲୋକଲାଇନରୁ ଉଠାଯିବା ପରେ ରେଳ ଚଳାଚଳ ସ୍ୱାଭାବିକ ହେବ । ଟ୍ରେନ ଦୁର୍ଘଟଣା ଯୋଗୁଁ ଢେଙ୍କାନାଳ ସମ୍ବଲପୁର ରେଳ ସେକ୍ସନ ପ୍ରଭାବିତ ହୋଇଛି । ଫଳରେ ଭୁବନେଶ୍ୱର ଅନୁଗୁଳ ସମେତ ଅନ୍ୟ ସ୍ଥାନକୁ ଯାଉଥିବା ଟ୍ରେନ୍ ଚଳାଚଳ ବନ୍ଦ ରହିଛି ।