ବାହାଘରରେ ପିଆଜ ଭେଟି ! ଅନୁଗୁଳ ସହରରେ ରୋଚକ ଘଟଣା...ବିବାହ ଭୋଜିରେ ପିଆଜ ଉପହାର ଦେଇ ନବଦମ୍ପତିଙ୍କୁ ଶୁଭେଚ୍ଛା ଜଣାଇଲେ ବନ୍ଧୁ

ବାହାଘରରେ ପିଆଜ ଭେଟି ! ଅନୁଗୁଳ ସହରରେ ରୋଚକ ଘଟଣା...ବିବାହ ଭୋଜିରେ ପିଆଜ ଉପହାର ଦେଇ ନବଦମ୍ପତିଙ୍କୁ ଶୁଭେଚ୍ଛା ଜଣାଇଲେ ବନ୍ଧୁ

କନକ ବ୍ୟୁରୋ: ବାହାଘରରେ ପିଆଜ ଭେଟି । ଏଭଳି ଏକ ରୋଚକ ଘଟଣା ଘଟିଛି ଅନୁଗୁଳ ସହରରେ । ବନ୍ଧୁ ବାହାଘର ଭୋଜିକୁ ଆସିଥିବା ଜଣେ ବ୍ୟକ୍ତି ଉପହାରରେ ପିଆଜ ଦେଇ ସମସ୍ତଙ୍କୁ ଚକିତ କରିଦେଇଛି । ବର୍ତ୍ତମାନ ପିଆଜ ଦର ୨ଶହ ଟଙ୍କା ପହଂଚିଥିବା ବେଳେ ଆସିଛି ଏଭଳି ଏକ ଖବର ।

publive-image

ଅନୁଗୁଳ ସହରର ଆଦୀମାତା ନଗରରେ ସନ୍ତୋଷ ମହାପାତ୍ର ନାମକ ଜଣେ ଯୁବକ ବାହା ହୋଇଥିଲେ । ଗତକାଲି ତାଙ୍କର ବାହାଘର ଭୋଜି ଥିଲା । ଆଉ ଠିକ୍ ଏହି ସମୟରେ ଭୋଜିରେ ପହଂଚିଥିଲେ କିଛି ସାଙ୍ଗ । ଏମାନଙ୍କ ମଧ୍ୟରେ ଥିଲେ ଜ୍ୟୋତି ପ୍ରକାଶ ମିଶ୍ର, ବିଜୟ କୁମାର ପୃଷ୍ଟି ଏବଂ ରାଜକୁମାର ଗୁପ୍ତା । ସନ୍ତୋଷଙ୍କ ଏହି ସାଙ୍ଗମାନେ ନବଦମ୍ପତିଙ୍କୁ ଉପହାର ଆକାରରେ ଦେଇଥିଲେ ପିଆଜ । ଏହାକୁ ନେଇ ସେଠାରେ ଏକ ରୋଚକ ପରିସ୍ଥିତି ସୃ୍ଷ୍ଟି ହୋଇଥିବା ବେଳେ ବର୍ତ୍ତମାନ ସମୟରେ ପିଆଜକୁ ନେଇ ଲୋକ କେଉଁ ଭଳି ଅସୁବିଧାର ସମ୍ମୁଖିନ ହେଉଛନ୍ତି ଏହି ଘଟଣା ବୟାନ କରୁଥିଲା ।

publive-image

ହୁ ହୁ ହୋଇ ବଢ଼ୁଥିବା ପିଆଜ ଦର ଏବେ ସମସ୍ତଙ୍କ ଚିନ୍ତାର କାରଣ ପାଲଟିଛି। ଦେଶର ଅଧିକାଂଶ ସ୍ଥାନରେ ପିଆଜ କିଲୋ ପିଛା ୧୦୦ରୁ ୧୫୦ ଟଙ୍କା ମୂଲ୍ୟରେ ବିକ୍ରି ହେଉଥିବା ବେଳେ ତାମିଲନାଡୁର ମଦୁରାଇରେ ପିଆଜ କିଲୋ ପିଛା ୨୦୦ଟଙ୍କା ଦରରେ ବିକ୍ରି ହେଉଛି।ପିଆଜ ମୂଲ୍ୟକୁ ନେଇ ହଇଚଇ ସୃଷ୍ଟି ହୋଇଥିଲା ବେଳେ ଏହି କ୍ରମରେ ଅନୁଗୋଳ ରେ ଏହାର ଦାମ ରହିଛି ୧୦୦ ରୁ ୧୨୦ ଟଙ୍କା । ଘର ରୋଷେଇ ଠାରୁ ଆରମ୍ଭ କରି ବାହାଘର ,ହୋଟେଲ ଓ ବ୍ୟବସାୟରେ ପ୍ରଭାବ ପକାଇଛି ପିଆଜର ଦାମ। ତେବେ ଏହାରି ଭିତରେ ଅନୁଗୋଳ ରେ ନବ ବିବାହିତ ଦମ୍ପନ୍ତି ଙ୍କୁ ସେମାନଙ୍କର ବନ୍ଧୁ ପିଆଜ ଉପହାର ଦେବା ଘଟଣା ଏବେ ଚର୍ଚ୍ଚାରେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe