ଅନୁଗୁଳ ନାକଚି ଗଣଦୁଷ୍କର୍ମ ମାମଲାର ଫିଟିଲା ଗୁମର : ରାଜରାସ୍ତାରୁ ଟେକି ନେଇ କରିଥିଲେ ଦୁର୍ଷ୍କମ । ନାବାଳକ ସମେତ ୪ ଗିରଫ, ୨ ଜଣ ଫେରାର

37

କନକ ବ୍ୟୁରୋ : ଅନୁଗୁଳ ନାକଚିରେ ଗଣଦୁଷ୍ମର୍ମ ମାମଲାର ଗୁମର ଫିଟିଛି । ବିଳମ୍ବିତ ରାତିରେ ମହିଳାଙ୍କୁ ଏକାକୀ ପାଇ ୬ଜଣ ଦୁବୃର୍ତ୍ତ ଜଙ୍ଗଲରେ ଦୁଷ୍କର୍ମ କରିଥିଲେ । ପରେ ପୀଡ଼ିତାଙ୍କ ରାସ୍ତାକଡ଼ରେ ଛାଡ଼ି ଦେଇ ଫେରାର ହୋଇଯାଇଥିଲେ ।ଏହି ଅଭାବନୀୟ ଘଟଣାରେ ପୁଲିସ ଜଣେ ନାବାଳକ ସମେତ ୪ ଜଣଙ୍କୁ ଗିରଫ କରିଛି । ଅନ୍ୟ ଦୁଇ ଜଣ ଫେରାର ହୋଇଯାଇଛନ୍ତି । ଏହି ୬ଜଣ ଗୋଟିଏ ଠିକା ସଂସ୍ଥାରେ ଶ୍ରମିକ ଭାବରେ କାମ କରୁଥିଲେ ।ଏନେଇ ସୂଚନା ଦେଇଛନ୍ତି ଅନୁଗୁଳ ଏସପି । ଗତ ୩ତାରିଖ ଗୁରୁବାର ରାତିରେ ସମ୍ବଲପୁରରେ ରହୁଥିବା ବ୍ୟବସାୟୀ ସ୍ୱାମୀଙ୍କ ସହିତ ପୀଡିତା ଜଣକ ଭୁବନେଶ୍ୱରକୁ ଯିବା ବାଟରେ ଏହି ଅଘଟଣ ଘଟିଥିଲା ।

ରାତି ପ୍ରାୟ ୧୦ଟାବେଳେ କିଶୋରନଗର ବ୍ଲକ ନାକଚିରେ ପୀଡିତାଙ୍କୁ ପରିସ୍ରା ଲାଗିବାରୁ ସେ କାରରୁ ଓହ୍ଲାଇଥିଲେ । ପରେ ଧୋଇହେବା ପାଇଁ କାରରୁ ପାଣି ବୋତଲ ନେଇ ସେ ଡୋର ବନ୍ଦ କରିଦେଇଥିଲେ । ଡୋର ବନ୍ଦ ଶବ୍ଦ ଶୁଣି ସ୍ତ୍ରୀ କାରରେ ବସିଗଲେ ଭାବି ସ୍ୱାମୀ କାର ଚଳାଇ ବାହାରି ଯାଇଥିଲେ । ତାପରେ ପୀଡିତା ଜଣକ ଏହି ନରରାକ୍ଷସଙ୍କ ହାବୁଡରେ ପଡି ଯାଇଥିଲେ ।