କନକ ବ୍ୟୁରୋ: ଜନ୍ମକଲା ଛୁଆଙ୍କୁ ମାରିଦେଲା ଜନ୍ମଦାତ୍ରୀ । ପିଶାଚୁଣୀ ସାଜିଲା ଜନ୍ମକଲା ମାଆ । ନିଜ ହାତରେ ନିଜ ଦୁଇ କଅଁଳା ଶିଶୁକୁ ଦେଲା ମୃତ୍ୟୁ । ଅନୁଗୁଳ ଯାଆଁଳା ଶିଶୁ ହତ୍ୟା ଘଟଣାରେ ଏବେ ସାମ୍ନାକୁ ଆସିଛି ନୂଆ ତଥ୍ୟ । ନିଜେ ମାଆ ହିଁ ୩ ମାସର ଯାଆଁଳା ଶିଶୁଙ୍କୁ କୂଅରେ ପକାଇ ଦେଇଥିବା ସ୍ୱୀକାର କରିଛି ।
ପୋଲିସ ଆଗରେ ଅଭିଯୁକ୍ତ ମାଆ ଏହା ସ୍ୱୀକାର କରିଥିବା ସୂଚନା ଦେଇଛନ୍ତି ଅନୁଗୁଳ ଏସଡିପିଓ । ପୋଲିସର କହିବା ଅନୁସାରେ, ତପସ୍ୱିନୀର ମାନସିକ ସ୍ଥିତି ଠିକ୍ ନଥିଲା । ଗତକାଲି ରାତିରେ ଅନୁଗୁଳ ବସଲା ପଞ୍ଚାୟତ ମୁଣ୍ଡାଢିପ ସାହିରେ କୂଅରେ ଦୁଇ ଯାଆଁଳା ଶିଶୁଙ୍କ ମୃତଦେହ ମିଳିଥିଲା । ମୁଣ୍ଡାଢିପ ସାହିର ସୁନୀଲ ସାହୁ ଓ ତପସ୍ୱିନୀ ସାହୁଙ୍କ ଶିଶୁ କନ୍ୟା ଓ ଶିଶୁ ପୁତ୍ରର ମୃତଦେହ ଘର ପଛପଟ କୂଅ ଭିତରେ ମିଳିଥିଲା ।
କିଏ ଓ କାହିଁକି ଶିଶୁ ଦୁଇଟିଙ୍କୁ କୂଅରେ ପକାଇଲା ବୋଲି ପୋଲିସ ତଦନ୍ତ କରୁଥିବାବେଳେ, ମାଆ ହିଁ ନିଜ ଦୁଇ ଶିଶୁଙ୍କୁ ହତ୍ୟା କରିଥିବା ପରିବାର ଲୋକେ ଅଭିଯୋଗ କରିଛନ୍ତି । ବିବାହର ୧୦ ବର୍ଷ ପରେ ସୁନୀଲ ଓ ତପସ୍ୱିନୀଙ୍କ କୋଳକୁ ଆସିଥିଲେ ଯାଆଁଳା ଶିଶୁ । ପୁଅଟିର ନାମ ସାଇ ଓ ଝିଅର ନାଁ ଶ୍ରଦ୍ଧା ରଖିଥିଲେ ପରିବାର ଲୋକେ । ହେଲେ ଜୀବନ କଣ ଜାଣିବା ଆଗୁ ଦୁଇ କଅଁଳା ଶିଶୁ ଆଖି ବୁଜିଛନ୍ତି । ଆଉ ସେମାନଙ୍କୁ ମାରିଦେଇଛି ତାଙ୍କ ନିଜ ମାଆ । ହେଲେ କାହିଁକି ମାରିଲା, କଣ ପାଇଁ କୂଅକୁ ଫିଙ୍ଗିଲା ତାର କାରଣ ଏଯାଏଁ ସ୍ପଷ୍ଟ ହୋଇପାରିନି ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2024/01/12-21.jpg)
/kanak/media/post_attachments/wp-content/uploads/2024/01/5-24-1024x576.jpg)