ଭୁବନେଶ୍ୱର ପରେ ଅନୁଗଳରେ ଅଗ୍ନିଶମ ବିଭାଗର ରେଡ : ହୋଟେଲ, ସିନେମା ହଲ୍, ହସ୍ପିଟାଲରେ ଚଢାଉ

34

କନକ ବ୍ୟୁରୋ : ଭୁବନେଶ୍ୱର, କଟକ ପରେ ଅନୁଗୁଳରେ ବିଭିନ୍ନ ସ୍ଥାନରେ ଅଗ୍ନିଶମ ବିଭାଗର ରେଡ୍ । ସିନେମା ହଲ୍,ଉଚ୍ଚ ଅଟ୍ଟାଳିକା,ହସ୍ପିଟାଲରେ ଅଗ୍ନିଶମ ବିଭାଗ ରେଡ କରିଛି । ଅଗ୍ନି ନିରାପତ୍ତା ବ୍ୟବସ୍ଥା ନେଇ ଅଗ୍ନିଶମ ବିଭାଗ ଯାଂଚ କରୁଛି ।

ଏହା ପୂର୍ବରୁ ଭୁବନେଶ୍ୱରର ବଛା ବଛା ୧୦ଟି ସପିଂ ମଲରେ ଅଗ୍ନିଶମ ବିଭାଗ ରେଡ କରି ଅଗ୍ନି ନିରାପତ୍ତା ବ୍ୟବସ୍ଥା ଯାଂଚ କରିଛି । ଯେଉଁ ମଲ ଗୁଡିକରେ ଫାୟାର ସେଫଟି ବ୍ୟବସ୍ଥା ଠିକ ନୁହେଁ ସେହି ମଲଗୁଡିକୁ ଅଗ୍ନିଶମ ବିଭାଗ ପକ୍ଷରୁ ନୋଟିସ କରାଯାଇଛି।