କନକ ବ୍ୟୁରୋ : କମ୍ପାନୀ ବନ୍ଦ କରିଦେଲା ପାଣି, ପ୍ରଶାସନକୁ ଫେରାଦ ହେଲେ ଗ୍ରାମବାସୀ । ଗରା ବାଲଟି ଧରି ଜିଳ୍ଲାପାଳଙ୍କ କାର୍ଯ୍ୟାଳୟ ଆଗରେ ଧାରଣା ଦେଇଛନ୍ତି ଅନୁଗୁଳ ବଅଁରପାଳ ବ୍ଲକ କୁଇଓ ଗ୍ରାମବାସୀ । ପିଇବା ପାଣି ପାଇଁ ଦୀର୍ଘ ଦିନ ହେଲା ଅନେକ ସମସ୍ୟା ଭୋଗୁଛନ୍ତି ଏହି ଗାଁର ଲୋକେ । ଏନେଇ ବାରମ୍ବାର ପ୍ରଶାସନିକ ଅଧିକାରୀଙ୍କୁ ଜଣାଇଥିଲେ ମଧ୍ୟ କିଛି ବ୍ୟବସ୍ଥା କରାନଯିବାରୁ ଲୋକେ ଗରା ବାଲଟି ଧରି ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଆଗରେ ଗଣଧାରଣା ଦେଇଥିଲେ ।

Advertisment

ଗାଁର ଶତାଧିକ ମହିଳା ଓ ପୁରୁଷ ଅଭିନବ ଉପାୟରେ ଧାରଣା ଦେଇଛନ୍ତି । ପୂର୍ବରୁ ଏମସିଏଲ ପକ୍ଷରୁ ଟ୍ୟାଙ୍କର ଯୋଗେ ପାଣି ଯୋଗାଇ ଦିଆଯାଉଥିଲା । ଚଳିତ ବର୍ଷ ପାନୀୟ ଜଳ ଯୋଗାଣ ବନ୍ଦ କରିଛି ଏମସିଏଲ । ଏବେ ଗ୍ରୀଷ୍ମ ପ୍ରବାହ ଜାରି ରହିଥିବା ବେଳେ ଲୋକଙ୍କୁ ପିଇବା ପାଣି ଟୋପେ ମିଳିବା ବହୁ କଷ୍ଟକର ହୋଇଛି । ଫଳରେ ପାଣି ପାଇଁ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ପହଂଚି ଆନ୍ଦୋଳନ କରିଥିଲେ ମହିଳା ଓ ପୁରୁଷ । ସେପଟେ ପାନୀୟ ଜଳ ଯୋଗାଇଦେବା ପାଇଁ ଉପଜିଲ୍ଲାପାଳ ପ୍ରତିଶ୍ରୁତି ଦେବା ପରେ ଧାରଣାରୁ ହଟିଛନ୍ତି ଆନ୍ଦୋଳନକାରୀ ।