ମହିଳାଙ୍କୁ ଅସୌଜନ୍ୟ ବ୍ୟବହାର : ବନ୍ଧା ହେଲେ ଅନୁଗୁଳ ସ୍ୱତନ୍ତ୍ର ପୋଲିସ ଅଧିକାରୀ

Advertisment
ମହିଳାଙ୍କୁ ଅସୌଜନ୍ୟ ବ୍ୟବହାର : ବନ୍ଧା ହେଲେ ଅନୁଗୁଳ ସ୍ୱତନ୍ତ୍ର ପୋଲିସ ଅଧିକାରୀ

କନକ ବ୍ୟୁରୋ : ମହିଳାଙ୍କ ପ୍ରତି ଅସୌଜନ୍ୟ ବ୍ୟବହାର କରି ବନ୍ଧା ହେଲେ ଅନୁଗୁଳ ସ୍ୱତନ୍ତ୍ର ପୋଲିସ ଅଧିକାରୀ ନୀଳମଣି ମହାନ୍ତି । ଗତ ୨୩ ତାରିଖ ରାତି ପ୍ରାୟ ସାଢେ ୩ଟା ବେଳେ ସେ ତାଳଚେର ମହାଦେବବିହାର ଅଂଚଳର ଜଣେ ସ୍ୱାମୀ ପରିତ୍ୟକ୍ତା ମହିଳାଙ୍କ ଘରକୁ ଯାଇଥିଲେ । ତାଙ୍କ ଘର କବାଟ ବାଡେଇଥିଲେ ।

ପୋଲିସକୁ ଦେଖି ମହିଳା ଜଣଙ୍କ କବାଟ ଖୋଲିଥିଲେ । ପରେ ମହିଳାଙ୍କ ସହ ଏଣୁତେଣୁ କଥାବାର୍ତା କରିବା ସହ ଅସୌଜନ୍ୟ ବ୍ୟବହାର କରିଥିଲେ । ଏହାର ଭିଡିଓ ଭାଇରାଲ ହୋଇଛି । ମହିଳା ଜଣଙ୍କ ତାଳଚେର ଥାନାରେ ଏନେଇ ଲିଖିତ ଅଭିଯୋଗ କରିବା ପରେ ମାମଲା ରୁଜୁ କରାଯାଇ ତଦନ୍ତ କରାଯାଇଥିଲା । ପୋଲିସ ନୀଳମଣି ମହାନ୍ତିଙ୍କୁ ଗିରଫ କରିଛି ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe