କନକ ବ୍ୟୁରୋ : ମହିଳାଙ୍କ ପ୍ରତି ଅସୌଜନ୍ୟ ବ୍ୟବହାର କରି ବନ୍ଧା ହେଲେ ଅନୁଗୁଳ ସ୍ୱତନ୍ତ୍ର ପୋଲିସ ଅଧିକାରୀ ନୀଳମଣି ମହାନ୍ତି । ଗତ ୨୩ ତାରିଖ ରାତି ପ୍ରାୟ ସାଢେ ୩ଟା ବେଳେ ସେ ତାଳଚେର ମହାଦେବବିହାର ଅଂଚଳର ଜଣେ ସ୍ୱାମୀ ପରିତ୍ୟକ୍ତା ମହିଳାଙ୍କ ଘରକୁ ଯାଇଥିଲେ । ତାଙ୍କ ଘର କବାଟ ବାଡେଇଥିଲେ ।
ପୋଲିସକୁ ଦେଖି ମହିଳା ଜଣଙ୍କ କବାଟ ଖୋଲିଥିଲେ । ପରେ ମହିଳାଙ୍କ ସହ ଏଣୁତେଣୁ କଥାବାର୍ତା କରିବା ସହ ଅସୌଜନ୍ୟ ବ୍ୟବହାର କରିଥିଲେ । ଏହାର ଭିଡିଓ ଭାଇରାଲ ହୋଇଛି । ମହିଳା ଜଣଙ୍କ ତାଳଚେର ଥାନାରେ ଏନେଇ ଲିଖିତ ଅଭିଯୋଗ କରିବା ପରେ ମାମଲା ରୁଜୁ କରାଯାଇ ତଦନ୍ତ କରାଯାଇଥିଲା । ପୋଲିସ ନୀଳମଣି ମହାନ୍ତିଙ୍କୁ ଗିରଫ କରିଛି ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2021/08/14-29.jpg)