କନକ ବ୍ୟୁରୋ: ଭୁବନେଶ୍ୱର ପରେ ୧୦ ବର୍ଷର ରେକର୍ଡ ଭାଙ୍ଗିଲା ଅନୁଗୁଳ ସହର । ଆଜି ଓଡ଼ିଶାର ସବୁଠୁ ଉତ୍ତପ୍ତ ସହର ପାଲଟିଛି ଅନୁଗୁଳ । କାରଣ ଅନୁଗୁଳର ତାପମାତ୍ରା ଆଜି ୪୦.୧ ଡିଗ୍ରୀ ସେଲସିୟସ୍ ରେକର୍ଡ ହୋଇଛି । ଏନେଇ ଆଞ୍ଚଳିକ ପାଣିପାଗ କେନ୍ଦ୍ର ଟ୍ୱିଟ୍ କରି ସୂଚନା ଦେଇଛି । ତେବେ ଲଗାତାର ତିନିଦିନ ଧରି ଉତ୍ତପ୍ତ ସହର ଭାବେ ଭୁବନେଶ୍ୱର ରହୁଥିବାବେଳେ ଆଜି ରାଜ୍ୟର ଉତ୍ତପ୍ତ ସହର ଭାବେ ଦ୍ୱିତୀୟ ସ୍ଥାନରେ ଅଛି । ଆଉ ଭୁବନେଶ୍ୱରର ତାପମାତ୍ରା ଆଜିର ଦିନରେ ୪୦ ଡିଗ୍ରୀ ସେଲସିୟସ୍ ରେକର୍ଡ ହୋଇଥିବା ଆଞ୍ଚଳିକ ପାଣିପାଗ କେନ୍ଦ୍ର ଟ୍ୱିଟ୍ କରି ସୂଚନା ଦେଇଛି ।
ସେହିପରି ଉତ୍ତପ୍ତ ସହର ତାଲିକାରେ ଯୋଡ଼ି ହୋଇଛି ଆଉ ଏକ ସହର ବୌଦ୍ଧ । ଭୁବନେଶ୍ୱରର ଭଳି ବୌଦ୍ଧର ତାପମାତ୍ରା ଆଜିର ଦିନରେ ୪୦ ଡିଗ୍ରୀ ସେଲସିୟସ୍ ରେକର୍ଡ ହୋଇଥିବା ଆଞ୍ଚଳିକ ପାଣିପାଗ କେନ୍ଦ୍ର ଟ୍ୱିଟ୍ କରି ସୂଚନା ଦେଇଛି ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2021/02/Tempreture-Odisha-Soars-Above-40.jpeg)