ଅନୁଗୁଳ ଯାଇପାରିବେନି ଗଂଜାମ ଓ ଯାଜପୁର ଜିଲ୍ଲା ବାସିନ୍ଦା: ନିର୍ଦ୍ଦେଶନାମା ଜାରି କଲେ ଅନୁଗୁଳ ଜିଲ୍ଲାପାଳ; ନିୟମ ଉଲଂଘନ କଲେ ରହିବେ ୧୪ ଦିନିଆ କ୍ୱାରେଂଟିନରେ

ଜିଲ୍ଲାର ଆକ୍ରାନ୍ତଙ୍କ ମଧ୍ୟରୁ ଅଧିକାଂଶ ଗଂଜାମ ଓ ଯାଜପୁର ଫେରନ୍ତା ହୋଇଥିବାରୁ ପଦକ୍ଷେପ

271

କନକ ବ୍ୟୁରୋ: ଅନୁଗୁଳ ଯାଇପାରିବେନି ଗଂଜାମ ଓ ଯାଜପୁର ଜିଲ୍ଲା ବାସିନ୍ଦା । ଏନେଇ ନି ର୍ଦ୍ଦେଶନାମା ଜାରି କରିଛନ୍ତି  ଅନୁଗୁଳ ଜିଲ୍ଲାପାଳ ମନୋଜ କୁମାର ମହାନ୍ତି । ନିୟମ ଉଲଂଘନ କଲେ ରହିବାକୁ ପଡିବ ୧୪ ଦିନିଆ କ୍ୱାରେଂଟିନରେ । ଅନୁଗୁଳ ଜିଲ୍ଲାରେ ଏହା ମଧ୍ୟରେ ଆକ୍ରାନ୍ତ ସଂଖ୍ୟା ୧୨୨ରେ ପହଁଚିଗଲାଣି । ତେବେ ଅଧିକାଂଶ ଆକ୍ରାନ୍ତ ଗଂଜାମ ଓ ଯାଜପୁର ଫେରନ୍ତା ବୋଲି ଜଣାପଡିବା ପରେ ଜିଲ୍ଲା ପ୍ରଶାସନ ଏପରି ନିଷ୍ପତି ନେଇଛି ।

ସେପଟେ, ସୁନ୍ଦରଗଡରେ ସାପ୍ତାହିକ ୨ ଦିନିଆ ସଟଡାଉନ୍ ଲାଗୁ ହୋଇଛି । ପୁରା ସୁନ୍ଦରଗଡ ପୌରପାଳିକାରେ ଏହି କଟକଣା ଲାଗୁ ହୋଇଛି । ଜିଲ୍ଲାରେ ଆକ୍ରାନ୍ତ ସଂଖ୍ୟା ୬୧୬ରେ ପହଁଚିବା ପରେ ଜିଲ୍ଲାପାଳ ନିଖିଲ ପବନ କଲ୍ୟାଣ ରାଉରକେଲା ସହର ଓ କଲୁଙ୍ଗା ଶିଳ୍ପାଂଚଳକୁ ଆସନ୍ତା ୩୧ ତାରିଖ ଯାଏଁ ସାପ୍ତାହିକ ସଟଡାଉନ୍ ଘୋଷଣା କରିଛନ୍ତି । ସୁନ୍ଦରଗଡ ପୌରାଂଚଳରେ ଆସନ୍ତା ୧୩ ରୁ ୩୧ ତାରିଖ ଯାଏଁ କେବଳ ସକାଳ ୬ ଟାରୁ ଦିନ ୨ଟା ଯାଏଁ ଦୋକାନ ବଜାର ଖୋଲାରହିବ । କଟକଣା କାରଣରୁ ଗାଡିମୋଟର ଚଳାଚଳ ଉପରେ ନିଷେଧାଦେଶ ରହିଛି । ଆଜି ଚେକିଂକୁ ବିଭିନ୍ନ ଛକ ମାନଙ୍କରେ କଡା କରାଯାଇଛି ।

ସେହିଭଳି ସଂବଲପୁରରେ ଚିନ୍ତା ବଢାଇଲାଣି କରୋନା ସଂକ୍ରମଣ । ପୁରା ଜିଲ୍ଲାରେ ଆକ୍ରାନ୍ତ ସଂଖ୍ୟା ୧୧୦ ଛୁଇଁବା ପରେ ପ୍ରଶାସନକୁ ଘାରିଲାଣି ସଂକ୍ରମଣ ଚିନ୍ତା । ଏହା ମଧ୍ୟରେ କେବଳ ସଂବଲପୁର ସହରରେ ଆକ୍ରାନ୍ତ ସଂଖ୍ୟା ୩୩ରେ ପହଁଚିଗଲାଣି । ଏହା ଉପରେ ନିୟନ୍ତ୍ରଣ ପାଇଁ ଆଜି ଠାରୁ ସଂବଲପୁରରେ ପ୍ରଥମ ଥର ପାଇଁ ଲାଗୁ ହୋଇଛି ସାପ୍ତାହିକ ୨ ଦିନିଆ ସଟଡାଉନ । ଏଥର ସପ୍ତାହର ଶନିବାର ଓ ରବିବାର ଦୁଇ ଦିନ ସଟଡାଉନ୍ ରହିବ ପୁରା ସଂବଲପୁର ଜିଲ୍ଲା । ତେବେ ଏହି କଟକଣାରୁ ବାଦ୍ ପଡିଛି ଜରୁରୀକାଳୀନ ସେବା ।