ହର୍ଣ୍ଣ ବଜାଇ ହଟହଟା ହେଲେ କାର ଚାଳକ । ମଝି ରାସ୍ତାରେ କାରକୁ ଉଠାଇ କଚାଡିଦେଲେ ଷଣ୍ଢ । ଦେଖନ୍ତୁ ଭିଡିଓ ।

Advertisment
ହର୍ଣ୍ଣ ବଜାଇ ହଟହଟା ହେଲେ କାର ଚାଳକ । ମଝି ରାସ୍ତାରେ କାରକୁ ଉଠାଇ କଚାଡିଦେଲେ ଷଣ୍ଢ । ଦେଖନ୍ତୁ ଭିଡିଓ ।

ହର୍ଣ୍ଣ ବଜାଇ ହଟହଟା ହେଲେ ଯୁବକ । ଆପଣ ଭାବୁଥିବେ ନୂଆ ଟ୍ରାଫିକ ନିୟମ ଲାଗୁ ହେବା ପରେ ବୋଧହୁଏ ହର୍ଣ୍ଣ ବଜାଇ ହଟହଟା ହୋଇଛନ୍ତି ଯୁବକ । କିନ୍ତୁ ନା, ରାସ୍ତାରେ ହର୍ଣ୍ଣ ବଜାଇବାରୁ ଯୁବକଙ୍କୁ ହଇରାଣ କରିଛି ଷଣ୍ଢ । କଥାଟା ଟିକିଏ ଅଡୁଆ ଲାଗୁଥିଲେ ମଧ୍ୟ ସତ ।

ଯଦି ଆପଣ ଆପଣଙ୍କ କାରରେ ବିହାର ବୈଶାଳି ଜିଲ୍ଲାର ମୁଖ୍ୟାଳୟ ହଜିପୁର ଯାଉଛନ୍ତି ତେବେ କାର ହର୍ଣ୍ଣ ବଜାଇବାରୁ ନିଜକୁ ଦୂରେଇ ରଖନ୍ତୁ। ଏଭଳି କହିବାର କାରଣ ହେଉଛି ହାଜିପୁରରୁ ଏମିତି ଏକ ଘଟଣା ସାମ୍ନାକୁ ଆସିଛି ଯାହା ଆପଣଙ୍କୁ ଆଶ୍ଚର୍ଯ୍ୟ କରିଦେବ । ଏହି ରାସ୍ତା ଦେଇ ଯାଉଥିବା ସମୟରେ ଜଣେ ବ୍ୟକ୍ତି କାରର ହର୍ଣ୍ଣ ବଜାଇ ଦେଇଥିଲେ। ଏହି ସମୟରେ ସେହି ରାସ୍ତାରେ ବସିଥିବା ଏକ ଷଣ୍ଢ ବିରକ୍ତ ହୋଇ ଯାଇଥିଲା। ଫଳରେ ସେ ରାଗି ଯାଇ କାରଟିକୁ ଶିଙ୍ଘରେ ଉଠାଇ କଚାଡି ଦେଇଥିଲା। ଏହି ଘଟଣାର ଏକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହୋଇଛି।

ସ୍ଥାନୀୟଲୋକଙ୍କ କହିବାନୁସାରେ, ଗତ ସୋମବାର ହାଜିପୁର ରେଳଷ୍ଟେସନ୍‌ ପାଖରେ ଏକ ଷଣ୍ଢ ବସିଥିଲା। ମଝି ରାସ୍ତାରେ ଷଣ୍ଢକୁ ବସିଥିବା ଦେଖି କାର ଚାଳକ ହର୍ଣ୍ଣ ବଜାଇ ଦେଇଥିଲେ। ଏହାପରେ ଷଣ୍ଢ ରାସ୍ତାରୁ ଉଠି କାର ଆଡକୁ ମାଡି ଆସିଥିଲା। ଏବଂ କାରକୁ ଉଠାଇ କଚାଡିବାକୁ ଲାଗିଥିଲା। ଲୋକମାନେ ଏହି ଦୃଶ୍ୟ ଦେଖି ଷଣ୍ଢକୁ ବାଡେଇବା ପରେ ସେ ସେଠାରୁ ଚାଲି ଯାଇଥିଲା। ଏହି ଘଟଣା ଘଟିବା ଦେଖି କାର ଚାଳକ କୌଣସି ମତେ କାରରୁ ବାହାରି ନିଜ ଜୀବନ ବଞ୍ଚାଇ ଦେଇଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe