କନକ ବ୍ୟୁରୋ : ପଂଚମ ଦିନରେ କଂଗ୍ରେସର ଭାରତ ଯୋଡ ନ୍ୟାୟଯାତ୍ରା । ମଣିପୁର, ନାଗାଲାଣ୍ଡ ପରେ ଏବେ ଏହି ଯାତ୍ରା ଆସାମରେ ପହଁଚିଛି । ନ୍ୟାୟ ଯାତ୍ରାର ନେତୃତ୍ୱ ନେଉଥିବା କଂଗ୍ରେସ ସାଂସଦ ରାହୁଲ ଗାନ୍ଧୀଙ୍କୁ ଦଳୀୟ କାର୍ଯ୍ୟକର୍ତାଙ୍କ ପକ୍ଷରୁ ବିପୁଳ ସ୍ୱାଗତ କରିଛନ୍ତି । ପଦଯାତ୍ରା ସହିତ ଜନସଭାରେ ଯୋଗଦେଇ ଦଳୀୟ କର୍ମୀଙ୍କୁ ସମ୍ବୋଧନ କରିଛନ୍ତି ରାହୁଲ ।

Advertisment

ସେପଟେ ରହୁଲ ଗାନ୍ଧୀ ନ୍ୟାୟ ଦିଅନ୍ତୁ ବୋଲି ଦାବି କରି ଆନ୍ଦୋଳନକୁ ଓହ୍ଲାଇଛନ୍ତି ପୂର୍ବତନ ଯୁବ କଂଗ୍ରେସ ନେତ୍ରୀ ଅଙ୍ଗଙ୍କିତା ଦତ । ରାହୁଲଙ୍କ ନେତୃତ୍ୱରେ ଭାରତ ଯୋଡ ନ୍ୟାୟଯାତ୍ରା ଆସାମରେ ପହଁଚିଥିବା ବେଳେ ଏଭଳି ଦୃଶ୍ୟ ଦେଖିବାକୁ ମିଳିଛି । କିଛି ଭୁଲ ନଥାଇ ବି କାହିଁକି ମତେ କଂଗ୍ରେସରୁ ବହିଷ୍କାର କରାଗଲା ରାହୁଲ ଗାନ୍ଧୀ ଏହା ଉପରେ ବିଚାର କରି ମତେ ନ୍ୟାୟ ଦିଅନ୍ତୁ ବୋଲି ଅଙ୍ଗଙ୍କିତା ଦାବି କରିଛନ୍ତି ।