କନକ ବ୍ୟୁରୋ : ବାଲେଶ୍ୱର ନୀଳଗିରି ଉପଖଣ୍ଡ ଔପଦା ବ୍ଲକ ଅନ୍ତର୍ଗତ ତରତୁଆ ଗାଁର ୧୧ନଂ ୱାର୍ଡରେ ରହିଛି କାନ୍ଥ ବିହୀନ ଅଙ୍ଗନବାଡି କେନ୍ଦ୍ର। କେଇଖଣ୍ଡ କଂକ୍ରିଟ ପୋଲ୍‌ ଓ ଆଜବେଷ୍ଟସ ଛପର ତଳେ ବସି ଶିକ୍ଷାର ଆଲୋକ ଖୋଜୁଛନ୍ତି କୁନିକୁନି ପିଲା। ଅଙ୍ଗନୱାଡି କେନ୍ଦ୍ର ଖୋଲିବା ଆଗରୁ କେନ୍ଦ୍ରର ସହାୟିକା ପ୍ରଥମେ ଗୁହାଳ ଗୋବର କାଢିବେ, ତା’ପରେ ପିଲାମାନେ ସେହି ସ୍ଥାନରେ ବସି ପାଠ ପଢନ୍ତି।

  • ଅଙ୍ଗନୱାଡ଼ି ନା ଗୁହାଳ
  • ପ୍ରଥମେ ଗାଈଗୋରୁଙ୍କ ପାଠପଢ଼ା
  • ପରେ ଦେଶର ଭବିଷ୍ୟତ ଗଢ଼ା
Advertisment

ଆଜିର ଶିଶୁ କାଲିର ଭବିଷ୍ୟତ। କିନ୍ତୁ ଦୟନୀୟ ଅବସ୍ଥାରେ ଗଢା ହେଉଛନ୍ତି ଦେଶର ଭବିଷ୍ୟତ। ୨୦ରୁ ଅଧିକ କୁନି କୁନି ପିଲା ପଢୁଥିବା ଏହି ଅଙ୍ଗନୱାଡି କେନ୍ଦ୍ରଟି ଆଗରୁ ଏକ ଚାଳଘରେ ଚାଲୁଥିଲା। ପରବର୍ତୀ ସମୟରେ ଗ୍ରାମବାସୀ ନିଜସ୍ବ ପ୍ରୟାସରେ କଂକ୍ରିଟ୍ ଖୁଣ୍ଟ ପୋତି ଆଜବେଷ୍ଟସ ପକାଇଛନ୍ତି, କିନ୍ତୁ ଆଜି ଯାଏଁ ଚାରିପଟେ କାନ୍ଥ ତିଆରି ହୋଇପାରିନାହିଁ । ତେଣୁ ଗାଈଗୁହାଳ ଓ ଅଙ୍ଗନୱାଡି କେନ୍ଦ୍ର ଗୋଟିଏ ସ୍ଥାନରେ ଚାଲିଛି ।