କନକ ବ୍ୟୁରୋ: ସରକାରଙ୍କ ନୋଟିସ୍ ପରେ ବି ଆନ୍ଦୋଳନକୁ ଓହ୍ଲାଇବେ ଅଙ୍ଗନବାଡ଼ି କର୍ମୀ । ଆସନ୍ତାକାଲି  ଅଲ୍ ଓଡ଼ିଶା ଅଙ୍ଗନବାଡ଼ି ଲେଡିଜ୍ ୱାର୍କର୍ସ ଆସୋସିଏସନ୍ ଆନ୍ଦୋଳନ ଡାକରା ଦେଇଛି । ଲୋୟର ପିଏମଜିରେ ବଡ଼ ରାଲି କରିବେ ଅଙ୍ଗନୱାଡ଼ି କର୍ମୀ ।ହେଲେ ଆନ୍ଦୋଳନ କଲେ ଦରମା ବନ୍ଦ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି ରାଜ୍ୟ ସରକାର ।

Advertisment

 ଆନ୍ଦୋଳନ ନେଇ ରାଜ୍ୟ ସରକାର ନୋଟିସ୍ ଜାରି କରିଥିଲେ । ଆନ୍ଦୋଳନ ଡାକରା ଦେଇଥିବାରୁ ସମନ୍ୱିତ ଶିଶୁ ବିକାଶ ଯୋଜନା ଅନ୍ତର୍ଭୁକ୍ତ ସେବା ବାଧାପ୍ରାପ୍ତ ହେବା ଆଶଙ୍କା ରହିଛି । ଏହା ଅତ୍ୟାବଶ୍ୟକ ସେବା ଅନ୍ତର୍ଭୁକ୍ତ ହୋଇଥିବାରୁ ଏଥିରେ ବାଧା ସୃଷ୍ଟି କରିବାକୁ ଅନୁମତି ଦିଆଯିବନି ବୋଲି କୁହାଯାଇଥିଲା । ଯଦି କେହି କାର୍ଯ୍ୟରେ ଯୋଗ ନଦିଅନ୍ତି, କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ଚେତବାନୀ ଦିଆଯାଇଥିଲା । ହେଲେ ସରକାରଙ୍କ ନୋଟିସ ସତ୍ତେ୍ୱ୍ୱ ଜିଦରେ ଅଟଳ ଅଛନ୍ତି କର୍ମୀ ।