ରାଜରାସ୍ତାରେ ଅଙ୍ଗନବାଡି ଦିଦି ! ୨୭ ଦିନ ହେଲା ଆନ୍ଦୋଳନରେ ବସିଛନ୍ତି ହଜାର ହଜାର କର୍ମୀ

44

କନକ ବ୍ୟୁରୋ : ରାଜରାସ୍ତାରେ ଅଙ୍ଗନବାଡି ଦିଦି । ୨୭ ଦିନ ହେଲା ଧାରଣାରେ ବସିଛନ୍ତି ରାଜ୍ୟର ହଜାର ହଜାର କର୍ମୀ । ଭୁବନେଶ୍ୱର ଲୋୟର ପିଏମଜିରେ ବର୍ଷା ରାତିରେ ବି ବନ୍ଦ ହୋଇନି ଆନ୍ଦୋଳନ । ପିଲା ଛୁଆ ଧରି ରାସ୍ତାରେ ବସିଛନ୍ତି କର୍ମୀ । ଅଧିକ ଦରମା ସହ ୧୨ ଦଫା ଦାବିରେ ଅଡି ବସିଛନ୍ତି ଅଙ୍ଗନବାଡି ଦିଦି । ସେପଟେ ସାରା ରାଜ୍ୟରେ ବନ୍ଦ ରହିଛି ଅଙ୍ଗନବାଡି କେନ୍ଦ୍ର । ଶିଶୁଙ୍କ ଶିକ୍ଷାଠାରୁ ସ୍ୱାସ୍ଥ୍ୟ ସଚେତନତା ବନ୍ଦ ରହିଛି । ଶିଶୁଙ୍କୁ ଟୀକାକରଣ ଦିଆଯାଇପାରୁନାହିଁ । ଏହାରି ଭିତରେ ଅଙ୍ଗନବାଡି ଦିଦିଙ୍କ ଦାବିକୁ ନେଇ ରାଜ୍ୟ-କେନ୍ଦ୍ର ଟଣାଅଟରା ଚାଲିଛି ।