କନକ ବ୍ୟୁରୋ: ପୁଣି ଥରେ ଆନ୍ଦୋଳନକୁ ଓହ୍ଲାଇଛନ୍ତି ଅଙ୍ଗନୱାଡି କର୍ମୀ । ପ୍ରି-ପ୍ରାଇମେରୀ ଶିକ୍ଷକ ଓ ସହକାରୀ ପ୍ରି-ପ୍ରାଇମେରୀ ଶିକ୍ଷକ ମାନ୍ୟତା ଦାବିରେ ହଜାର ହଜାର ଅଙ୍ଗନୱାଡି କର୍ମୀ ଓ ସହାୟିକା ରାଜଧାନୀର ଲୋୟର ପିଏମଜିରେ ଗର୍ଜନ କରିଛନ୍ତି । ବିଭିନ୍ନ ସମୟରେ ସରକାରଙ୍କ ଗୁରୁତ୍ୱପୂର୍ଣ୍ଣ କାର୍ଯ୍ୟ କରୁଥିଲେ ମଧ୍ୟ ସେମାନଙ୍କୁ ପ୍ରାପ୍ୟ ମିଳୁନଥିବା ଅଭିଯୋଗ ଆଣି ୧୩ ଦଫା ଦାବି ପୂରଣ ପାଇଁ ଦାବିପତ୍ର ଦେଇଛନ୍ତି ।

Advertisment

ଆଜି ରାଜ୍ୟର ବିଭିନ୍ନ ଜିଲ୍ଲାରୁ ଆସିଥିବା ହଜାର ହଜାର ଅଙ୍ଗନୱାଡି କର୍ମୀଙ୍କ ନାରାବାଜିରେ କମ୍ପିଥିଲା ଗାନ୍ଧୀ ମାର୍ଗ । ୧୩ ଦଫା ଦାବି ନେଇ ବିଶାଳ ଶୋଭାଯାତ୍ରା କରିବା ସହ ବିକ୍ଷୋଭ କରିଥିଲେ ଭାରତୀୟ ମଜଦୁର ସଂଘ ଦ୍ୱାରା ପରିଚାଳିତ ଅଲ ଓଡିଶା ଅଙ୍ଗନୱାଡୀ ଲେଡିଜ୍ ୱାର୍କସ ଆସୋସିଏସନର ହଜାର ହଜାର ସଦସ୍ୟ ଆଉ ମୁଖ୍ୟମନ୍ତ୍ରୀଙ୍କ ଉଦେଶ୍ୟରେ ଦାବିପତ୍ର ପ୍ରଦାନ କରିଛନ୍ତି । ତୃଣମୂଳ ସ୍ତରରେ କାର୍ଯ୍ୟ କରୁଥିବା ଅଙ୍ଗନୱାଡି କର୍ମୀମାନେ ଅନେକ ସମୟରେ ଗୁରୁତ୍ୱପୂର୍ଣ୍ଣ ସରକାରୀ ଦାୟିତ୍ୱ ନିର୍ବାହ କରିଥାନ୍ତି । କିନ୍ତୁ ସେମାନଙ୍କୁ ସେହି ଅନୁସାରେ ପ୍ରାପ୍ୟ ଦିଆଯାଉନଥିବା ଅଭିଯୋଗ ଆଣି ୧୩ଟି ଦଫା ଦାବି ପୂରଣ ପାଇଁ ଦାବିପତ୍ର ଦେଇଛନ୍ତି ।

ଅଙ୍ଗନୱାଡି କର୍ମୀଙ୍କ ଦାବି..

  • ଅଙ୍ଗନୱାଡି ସ୍କିମ ପ୍ରଥା ଉଛେଦ କରି ସରକାରୀ କର୍ମଚାରୀ ମାନ୍ୟତା ଦାବି
  • ଅଙ୍ଗନୱାଡି କର୍ମୀଙ୍କୁ ମାସିକ ୨୧ ହଜାର ଟଙ୍କା, ସହାୟିକାଙ୍କୁ ମାସିକ ୧୦ ହଜାର ୫ଶହ ଟଙ୍କା ଦରମ
  • ମାସିକ ୫ ହଜାର ଟଙ୍କା ଅବସରକାଳୀନ ପେନସନ୍
  • ମିନି ଅଙ୍ଗନୱାଡି କର୍ମୀଙ୍କୁ ଅଙ୍ଗନୱାଡି କର୍ମୀର ମାନ୍ୟତା
  • ଅଙ୍ଗନୱାଡି କର୍ମୀଙ୍କୁ ପ୍ରି-ପ୍ରାଇମେରୀ ଓ ସହାୟିକାଙ୍କୁ ସହକାରୀ ପ୍ରି-ପ୍ରାଇମେରୀ ଶିକ୍ଷକ ମାନ୍ୟତା
  • କାର୍ଯ୍ୟରତ ସମୟରେ ମୃତ୍ୟୁବରଣ କଲେ ୫ଲକ୍ଷ ଟଙ୍କାର ସହାୟତା, ପରିବାରର ଜଣଙ୍କୁ ନିଯୁକ୍ତି
  • ରବିବାର ବା ଛୁଟିଦିନରେ କାମ କଲେ ଦୁଇ ଗୁଣ ଦରମା