ଆନ୍ଦୋଳନ ବେଳେ ଅଙ୍ଗନୱାଡି ଦିଦି ଖାଉଛନ୍ତି ପଖାଳ । କହିଲେ, କମ୍ ଦରମା ମିଳୁଥିବାରୁ ବାହାରେ ଖାଦ୍ୟ କିଣି ଖାଇବା ଅସମ୍ଭବ ।

Advertisment
ଆନ୍ଦୋଳନ ବେଳେ ଅଙ୍ଗନୱାଡି ଦିଦି ଖାଉଛନ୍ତି ପଖାଳ । କହିଲେ, କମ୍ ଦରମା ମିଳୁଥିବାରୁ ବାହାରେ ଖାଦ୍ୟ କିଣି ଖାଇବା ଅସମ୍ଭବ ।

କନକ ବ୍ୟୁରୋ: ଭୁବନେଶ୍ୱର ଲୋୟର ପିଏମଜିରେ ପଖାଳ କଂସା । ଆନ୍ଦୋଳନକାରୀଙ୍କ ଭୋକ ଓ ଶୋଷ ମେଣ୍ଟାଉଛି ପଖାଳ । ପଖାଳ ସାଂଗକୁ ଅଛି ଆଳୁ ସିଝା ଓ କଂଚା ଲଙ୍କା । ପଖାଳ ଖାଇ ଆନ୍ଦୋଳନରେ ବସୁଛନ୍ତି ଆନ୍ଦୋଳନକାରୀ । ଅଙ୍ଗନବାଡ଼ି କର୍ମଚାରୀ ଓ ସହାୟିକାଙ୍କ ଆନ୍ଦୋଳନ ବେଳେ ଦେଖିବାକୁ ମିଳିଛି ଏଭଳି ସ୍ଥିତି । ଦୂରଦୁରାନ୍ତରରୁ ଆସିଥିବା ଆନ୍ଦୋଳନକାରୀ ମହିଳା ମାନେ ସାଥିରେ ପଖାଳ ଧରି ଆସିଛନ୍ତି । ସେମାନଙ୍କୁ ଖୁବ୍ କମ୍ ଦରମା ମିଳୁଥିବାରୁ ବାହାରେ ଖାଦ୍ୟ କିଣିକି ଖାଇବା ସମ୍ଭବପର ନୁହେଁ ବୋଲି କହିଛନ୍ତି ଅଙ୍ଗନବାଡ଼ି କର୍ମୀ ଓ ସହାୟିକା ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe