ବ୍ରହ୍ମପୁରର କୋଟିପତି ଅଙ୍ଗନବାଡି କର୍ମୀ ଗିରଫ । ୨କୋଟି ୨୫ ଲକ୍ଷ ଟଙ୍କାର ସମ୍ପତ୍ତି ଠାବ କଲା ଭିଜିଲାନ୍ସ ।

334

କନକ ବ୍ୟୁରୋ : ବ୍ରହ୍ମପୁର ମହାନଗର ନିମର ୱାର୍ଡ ନମ୍ବର ୨ରେ କାର୍ଯ୍ୟରତ ଅଙ୍ଗନବାଡି ଦିଦି ନମିତା ଦଳାଇ । ଆୟବହିର୍ଭୁତ ସମ୍ପତି ଠୁଳ ଅଭିଯୋଗରେ ଭିଜିଲାନ୍ସ ୫ଟି ସ୍ଥାନରେ ଚଢାଉ କରିଥିଲା ।

ବ୍ରହ୍ମପୁର ସହରରେ ଥିବା ୩ ମହଲା କୋଠା, ପୁରୁଣା ବ୍ରହ୍ମପୁରସ୍ଥିତ ଘର, ଭୁବନେଶ୍ୱରରେ ୨ଟି ଫ୍ଲାଟ, ବ୍ରହ୍ମପୁରରେ ଥିବା ଛତୁଆ ଫ୍ୟାକ୍ଟ୍ରି ଉପରେ ହୋଇଥିଲା ଚଢାଉ । ନମିତାଙ୍କ ଘର, ସୁନା ଓ ବ୍ୟାଙ୍କ ବାଲାନସ ମିଶାଇ ମୋଟ ୨କୋଟି ୨୫ଲକ୍ଷ ଟଙ୍କା ସମ୍ପତି ଠାବ କରିଛି ଭିଜିଲାନ୍ସ ।

ଆୟ ବର୍ହିଭୂତ ସଂପତି ଠୁଳ ଅଭିଯୋଗରେ ଭୁବନେଶ୍ୱର ପୂର୍ତବିଭାଗର ବରିଷ୍ଠ କିରାଣୀ ଅସିତ କୁମାର ନାୟକଙ୍କୁ ଗିରଫ କରାଯାଇଛି । ମଙ୍ଗଳବାର ଭୁବନେଶ୍ୱର ଭିଜିଲାନ୍ସ ତାଙ୍କ ଡୁମଡୁମା ବାସଭବନ ସମେତ ଏକକାଳୀନ ୫ଟି ସ୍ଥାନରେ ଚଢାଉ କରିଥିଲା । ଚଢାଉବେଳେ ବହୁ ପରିମାଣରେ ଟଙ୍କା ଓ ସୁନା ଅଳଙ୍କାର ଜବତ ହୋଇଥିଲା । ଏହି କିରାଣିଙ୍କ ନିକଟରୁ ୫ କୋଟି ୨୩ ଲକ୍ଷରୁ ଅଧିକ ଟଙ୍କାର ସଂପତି ଠାବ କରାଯାଇଛି ।