କନକ ବ୍ୟୁରୋ: ଘର ନଥିବାରୁ ବଢୁଛି ସମସ୍ୟା । ତିନି ମହଲା ଉପରେ ଚାଲିଛି ଅଙ୍ଗନୱାଡିକେନ୍ଦ୍ର । ନରସିଂହପୁର ବ୍ଳକର ୫୫ଟି ଅଙ୍ଗନୱାଡିକେନ୍ଦ୍ରର ନିଜସ୍ୱ ଘର ନଥିବାରୁ ୪୪ଟି କେନ୍ଦ୍ର ସ୍କୁଲ ବାରଣ୍ଡାରେ ଆଉ କିଛି ଭଙ୍ଗା ଘରେ ବିପଦସଙ୍କୁଳ ଅବସ୍ଥାରେ ଚାଲିଛି । ସେହିଭଳି କାକୁଡିଆରେ ୩ଟି ଅଙ୍ଗନୱାଡି କେନ୍ଦ୍ର ଅତି ଦୟନୀୟ ଅବସ୍ଥାରେ ଚାଲିଛି ।

Advertisment

ଭଙ୍ଗା ଦଦରା ଘରେ ବିପଦସଙ୍କୁଳ ଅବସ୍ଥାରେ ଚାଲିଛି ଗୃହ । ସେହିଭଳି କିଛି ଅଙ୍ଗନୱାଡି କେନ୍ଦ୍ରର ଘର ନଥିବାରୁ କର୍ମୀଙ୍କ ଘରେ ଚାଲିଥିବା ଜଣାପଡିଛି । କାକୁଡିଆରେ ପ୍ରାୟ ୨୦ ବର୍ଷ ଧରି ପ୍ରାଥମିକ ବିଦ୍ୟାଳୟ ଘରେ ୩ଟି ଅଙ୍ଗନୱାଡି କେନ୍ଦ୍ର ଚାଲିଛି । କିଛି ଭଙ୍ଗା ଆଜବେଷ୍ଟସ ଘରେ ଚାଲିଥିବା ବେଳେ ବର୍ଷା ଦିନରେ ବଡ ଦୟନୀୟ ଅବସ୍ଥା ଉପୁଜିଛି । ତା ସହିତ ସାପ ଆଦିର ଭୟ ମଧ୍ୟ ରହୁଛି । ଯାହାକୁ ନେଇ ଅସନ୍ତୋଷ ଦେଖିବାକୁ ମିଳିଛି ।

ଅଙ୍ଗନୱାଡି କେନ୍ଦ୍ରର ସ୍ଥାୟୀ ଘର ନଥିବାରୁ ଭଙ୍ଗା ରୁଜା ଘରେ ଚାଲିଛି । ଆଉ ଏହି ଅଙ୍ଗନୱାଡି କେନ୍ଦ୍ର ତିନି ମହଲା ଉପରେ ଚାଲିଛି । ପିଲାମାନେ ତିନି ମହଲା ଘର ଉପରକୁ ଚଢିଯାଉଛନ୍ତି । ସେମାନଙ୍କୁ ଜଗାରଖା କରିବା ସହ ନେବା ଆଣିବା ମଧ୍ୟ କରାଯାଉଛି । ଦୀର୍ଘ ବର୍ଷେ ହେଲା ଏହି ସମସ୍ୟା ଦେଖିବାକୁ ମିଳିଛି । ବାରମ୍ବାର ଅଭିଯୋଗ ପରେ ବି ନୂଆ ଘର ତିଆରି ହେଉନଥିବା ବେଳେ ପ୍ରତିଥର ମଳିୁଛି ପ୍ରତିଶ୍ରୂୁତି । କାକୁଡିଆରେ ଥିବା ଅଙ୍ଗନୱାଡି କେନ୍ଦ୍ରର ନିଜସ୍ୱ ଘର ତିଆରି କରାଯିବା ସହ ଅନ୍ୟ ୫୬ଟି କେନ୍ଦ୍ରରେ ସ୍ଥାୟୀ ଗୃହ ନିର୍ମାଣ କରାଯିବା ଜରୁରୀ ହୋଇପଡିଛି ।