ସରକାରଙ୍କ ସହ ଅଙ୍ଗନୱାଡି ସଂଘର ଆଲୋଚନା ବିଫଳ ! ଦାବି ପୂରଣ ପାଇଁ ସମୟ ମାଗିଲେ ସରକାର

19

କନକ ବ୍ୟୁରୋ : ସମୟ ମାଗିଲେ ସରକାର । ଅଙ୍ଗନୱାଡି ସଂଘ ସହ ସରକାରଙ୍କ ଆଲୋଚନା ଆଜି ବିଫଳ ହୋଇଛି । ଦିଦିଙ୍କ ଦାବି ପୁରଣ ପାଇଁ ସରକାର ଆଜି ୪୫ ଦିନ ସମୟ ମାଗିଛନ୍ତି । ବିଭିନ୍ନ ବିଭାଗ ସହ ଆଲୋଚନା କରିବା ପରେ ଏନେଇ ନିଷ୍ପତି ନିଆଯିବ ବୋଲି ମନ୍ତ୍ରୀ ପ୍ରଫୁଲ୍ଲ ସାମଲ କହିଛନ୍ତି । ତେବେ ଅଙ୍ଗନୱାଡି କର୍ମୀଙ୍କୁ ଆନ୍ଦୋଳନରୁ ଓହରିଯିବାକୁ ମନ୍ତ୍ରୀ ଅନୁରୋଧ କରିଛନ୍ତି ।

ଆନ୍ଦୋଳନ ଜାରି ରହିବ ବୋଲି କହିଛି ଅଙ୍ଗନୱାଡି ସଂଘ । ସମସ୍ତ ଜିଲ୍ଲାର ସଭାନେତ୍ରୀ ଓ ସଂପାଦିକାଙ୍କ ସହ ଆଲୋଚନା ପରେ ପରବର୍ତି ନିଷ୍ପତି ନିଆଯିବ ବୋଲି ସଂଘ କହିଛି । ସର୍ବନିମ୍ନ ଦରମା ୧୮ ହଜାର ସହ ୧୨ଦଫା ଦାବି ନେଇ ଗତ ୨୯ଦିନ ହେଲା ଅଙ୍ଗନୱାଡି ସଂଘ ପକ୍ଷରୁ ଅହୋରାତ୍ର ଧାରଣା ଦିଆଯାଇଛି । ରାଜଧାନୀ ଲୋୟର ପିଏମଜିରେ ପିଲାଛୁଆ ଧରି ଧାରଣା ଦେଇଛନ୍ତି । ଆଜି ସଂଘ ସହ ମନ୍ତ୍ରୀଙ୍କ ଆଲୋଚନାରୁ ସମାଧାନର ବାଟ ବାହାରିବ ବୋଲି ଆଶା କରାଯାଉଥିଲା । ତେବେ ଆଲୋଚନା ବିଫଳ ରହିଛି ।