କନକ ବ୍ୟୁରୋ : ସବୁଠି ଲମ୍ବିଛି ଦୁର୍ନୀତିର ଚେର । କୁନିକୁନି ଛୁଆଙ୍କ ପାଇଁ ଆସୁଥିବା ଟଙ୍କାକୁ ବି ଛାଡିଲେ ନାହିଁ ସରକାରୀ ବାବୁ ମାନେ । ଅଙ୍ଗନବାଡି କେନ୍ଦ୍ରକୁ ପ୍ରତିବର୍ଷ ଫାଷ୍ଟଏଡ୍ ବକ୍ସରୁ ନେଇ ଶିଶୁଙ୍କ ଖେଳିବା ପାଇଁ ସମସ୍ତ ଖର୍ଚ୍ଚର ଟଙ୍କା ଆସିଥାଏ । ହେଲେ ଏହି ଟଙ୍କା ଉପରେ ଏବେ ବ୍ଲକ ମାନଙ୍କରେ ଥିବା ସିଡିପିଓ ଏବଂ ସୁପଭାଇଜରଙ୍କ ନଜର ଥିବା ଅଭିଯୋଗ ହୋଇଛି । ଆଉ ଏହି ଅଭିଯୋଗ ଆସିଛି ସୁନ୍ଦରଗଡରୁ । ପିଲାଙ୍କ ଟଙ୍କାଙ୍କୁ କିଭଳି ହଡପ କରିବେ ସେ ନେଇ କରାଯାଇଛି ପୁରା ପ୍ଲାନିଂ । ଗୋଟିଏ ଅଙ୍ଗନବାଡି କେନ୍ଦ୍ରକୁ ବର୍ଷକୁ ଫାଷ୍ଟଏଡ୍ ବକ୍ସ ପାଇଁ ୧୫ଶହ ଟଙ୍କା ଓ ଖେଳଣା ପାଇଁ ୧୯ ଶହ ଟଙ୍କା ଆସିଥାଏ । ହେଲେ ଏହି ଟଙ୍କା ଉଠାଇ ଅଙ୍ଗନବାଡି ଲିଡର ମାନଙ୍କ ଜରିଆ ରେ ସୁପରଭାଇଜର ବା ସିଡିପିଓଙ୍କ ନିକଟକୁ ପଠାଇବାକୁ ନିର୍ଦ୍ଦେଶ ଦିଆଯାଇଛି । ଆଉ ଏହି ଟଙ୍କା ଯିଏ ନପଠାଉଛି ସେହି କର୍ମୀମାନେ ସିଡିପିଓ ଓ ସୁପରଭାଇଜର ମାନଙ୍କ ନାଲି ଆଖିର ଶିକାର ହେଉଥିବା ଅଭିଯୋଗ ହୋଇଛି ।

Advertisment

ଅଙ୍ଗନବାଡିକୁ ଅସୁଥିବା ଟଙ୍କାରେ ୧୫୦୦ ସ୍ଥାନରେ ମାତ୍ର ୨୫୦ ରୁ ୩୦୦ ଟଙ୍କାର ଫାଷ୍ଟଏଡ ସାମଗ୍ରୀ କିଣାଯାଉଥିବା ଅଭିଯୋଗ ହୋଇଛି । ସେହିଭଳି ଅନ୍ୟ ଜିନିଷ ସବୁ ମଧ୍ୟ ଶସ୍ତାରେ କିଣାଯାଉଛି । ସବୁଠୁ ବଡ କଥା ହେଲା କମରେ କିଣାଯାଇ ଅଧିକ ଟଙ୍କାର ବିଲ୍ ଧରେଇ ଦିଆଯାଉଛି । ସେହିଭଳି ମିନି ଅଙ୍ଗନବାଡି ମାନଙ୍କୁ ଫାଷ୍ଟଏଡ୍ ପାଇଁ ୭୫୦ଟଙ୍କା ଏବଂ ଖେଳଣା ପାଇଁ ୧୯୦୦ ଟଙ୍କା ର ବିଲ୍ ଦେଇଦେଉଛନ୍ତି । ସେପଟେ କିନ୍ତୁ ସରକାରୀ ନିୟମ ଅନୁସାରେ ଯାହା ଟଙ୍କା ଆସୁଛି ତାହା ଅଙ୍ଗନବାଡି ଆକାଉଣ୍ଟକୁ ପଠାଇ ଦିଅଯାଉଥିବା କହି ଘଟଣାକୁ ସମ୍ପୁର୍ଣ୍ଣ ଏଡାଇ ଦିଆଯାଉଥିବା ନଜରକୁ ଆସୁଛି ।

ଅତିଶୀଘ୍ର ଏହି ଘଟଣାର ତଦନ୍ତ କରାଯାଇ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବା ଜରୁରୀ ହୋଇପଡିଛି ।