କୋଟିପତି ଅଙ୍ଗନବାଡି ଦିଦି: ୪ଟି କୋଠା, ୧୪ଟି ପ୍ଲଟ । ସମ୍ପତ୍ତି ଜାଣିଲେ ଆପଣ ବି ହୋଇଯିବେ ତାଜୁବ…

ଅଙ୍ଗନବାଡି ଦିଦିଙ୍କ ଅଚଳାଚଳ ସମ୍ପତ୍ତି 

3,397

କନକ ବ୍ୟୁରୋ: ତାଜୁବ କରିଦେଲା ଅଙ୍ଗନବାଡି ଦିଦିଙ୍କ ସମ୍ପତ୍ତି ତାଲିକା । ଭିଜିଲାନ୍ସ ରେଡରେ ୪ କୋଟି ସମ୍ପତ୍ତି ଠାବ । ଭୁବନେଶ୍ୱର କୋରଡକଣ୍ଟା ଅଙ୍ଗନବାଡି ଦିଦି କବିତା ମାଥାନଙ୍କ ସମ୍ପତ୍ତି ତାଲିକା ଆପଣଙ୍କୁ ବି ତାଜୁବ କରିଦେବ । ୬ଟି ସ୍ଥାନରେ ଭିଜିଲାନ୍ସ ରେଡ କରି ଅଙ୍ଗନବାଡି ଦିଦିଙ୍କ ଅଚଳାଚଳ ସମ୍ପତ୍ତି ଠାବ କରିଛି, ଯେଉଁଥିରେ ଭୁବନେଶ୍ୱରରେ ୪ଟି ବିଲ୍ଡିଂ ରହିଛି ।  ୪ଟି ବିଲ୍ଡିଂରୁ ଗୋଟିଏ ଲେଖାଏଁ ୩ ଓ ୪ ମହଲା କୋଠା ରହିଥିବା ବେଳେ ୨ଟି ୨ ମହଲା କୋଠା ରହିଛି ।

ଏହାଛଡା ଅଙ୍ଗନବାଡି ଦିଦିଙ୍କ ସମ୍ପତ୍ତି ତାଲିକାରେ ୧୪ଟି ପ୍ଲଟ ରହିଛି ଯେଉଁଥିରେ ଭୁବନେଶ୍ୱରରେ ୧୦ଟି, ଜଗତସିଂହପୁରରେ ୩ଟି ଓ ବାଲିଅନ୍ତାରେ ଗୋଟିଏ ପ୍ଲଟ ଠାବ କରିଛି ଭିଜିଲାନ୍ସ । ଏହାବ୍ୟତୀତ ଗୋଟିଏ ୪ ଚକିଆ ୩ଟି ୨ ଚକିଆ ଗାଡି ଠାବ କରାଯାଇଛି ।

ସେହିଭଳି ଇନ୍ସ୍ୟୁରାନ୍ସ ଡିପୋଜିଟ ବାବଦକୁ ୨.୨ ଲକ୍ଷ ଓ ୬.୩୬ ଲକ୍ଷ ଟଙ୍କାର ସୁନା ଅଳଙ୍କାର ଠାବ କରିଛି ଭିଜିଲାନ୍ସ । ସ୍ଥାବର ଓ ଅସ୍ଥାବର ସମ୍ପତ୍ତିକୁ ମିଶାଇ ମୋଟ ୪ କୋଟି ଟଙ୍କାର ସମ୍ପତ୍ତି ଠାବ କରାଯାଇଥିବା ନେଇ ଭିଜିଲାନ୍ସ ପକ୍ଷରୁ ସୂଚନା ମିଳିଛି ।ଆଜି ସକାଳେ ଜଗତସିଂହପୁର, କେନ୍ଦ୍ରାପଡା ଓ ଖୋର୍ଦ୍ଧାର ୬ଟି ସ୍ଥାନରେ ଭିଜିଲାନ୍ସର ୬ଟି ଟିମ୍ ଏକାସାଙ୍ଗରେ ଚଢାଉ କରିଥିଲା