୪ କୋଟି ଟଙ୍କାର ମାଲିକାଣୀ ଅଙ୍ଗନବାଡ଼ି ଦିଦିଙ୍କ ହାତରେ ପଡିଲା ହାତକଡି । ଗିରଫ କଲା ଭିଜିଲାନ୍ସ ସେଲ୍ ।

822

କନକ ବ୍ୟୁରୋ : ଗିରଫ ହେଲେ ଅଙ୍ଗନବାଡ଼ି ଦିଦି । କୋଟିପତି ଅଙ୍ଗନବାଡ଼ି ଦିଦିଙ୍କୁ ଗିରଫ କଲା ଭିଜିଲାନ୍ସ ସେଲ୍ । ଗତକାଲି ରେଡ୍ ବେଳେ ଠାବ ହୋଇଥିଲା ୪ କୋଟି ଟଙ୍କାରୁ ଅଧିକ ସମ୍ପତ୍ତି । ଭିଜିଲାନ୍ସ ଜାଲରେ କୋଟିପତି ଅଙ୍ଗନବାଡ଼ି ଦିଦି । ୪ କୋଟି ଟଙ୍କାର ମାଲିକାଣୀ ଅଙ୍ଗନବାଡ଼ି ଦିଦି କବିତା ମଥାନଙ୍କ ହାତରେ ହାତକଡି ପିନ୍ଧାଇଛି ଭିଜିଲାନ୍ସ ସେଲ୍ ।

ତେବେ ଏହି ଅଙ୍ଗନବାଡ଼ି ଦିଦିଙ୍କର ଭୁବନେଶ୍ୱରରେ ରହିଛି ୩ଟି କୋଠା ଓ ୧୦ଟି ଜମି । ୬ଟି ଭିଜିଲାନ୍ସ ଟିମ୍ ୬ଟି ସ୍ଥାନରେ ଚଢାଉ କରି ଏହି ତାଜୁବ କଲା ଭଳି ସମ୍ପତ୍ତିର ତାଲିକା ଗତକାଲି ସାମ୍ନାକୁ ଆଣିଥିଲା । ଭୁବନେଶ୍ୱର କୋରଡକଣ୍ଟା ଅଙ୍ଗନବାଡ଼ି ଦିଦି କବିତା ମଥାନଙ୍କ ରାଜଧାନୀ ଭୁବନେଶ୍ୱରରେ ରହିଛି ଗୋଟିଏ ୪ମହଲା କୋଠା, ଗୋଟିଏ ୩ ମହଲା କୋଠା ଓ ଦୁଇଟି ଦୁଇ ମହଲା କୋଠା ।

ସେହିପରି କବିତାଙ୍କ ନାମରେ ୧୪ଟି ଜମି ବିଭିନ୍ନ ସ୍ଥାନରେ ରହିଛି । ଯେଉଁଥିରେ କେବଳ ଭୁବନେଶ୍ୱରରେ ରହିଛି ୧୦ଟି ଜାଗା, ଜଗତସିଂହପୁରରେ ତିନୋଟି ଏବଂ ବାଲିଅନ୍ତାରେ ଗୋଟିଏ ଜମି ରହିଛି । ଦିଦିଙ୍କ ନାଁରେ ଗୋଟିଏ ୪ଚକିଆ ଗାଡି ଥିବା ବେଳେ ୩ଟି ଦୁଇ ଚକିଆ ଗାଡି ରହିଛି । ଏହାସହ ୬ଲକ୍ଷ ୩୬ହଜାର ଟଙ୍କାର ସୁନାଗହଣା ମଧ୍ୟ ରହିଛି ।

ଭୁବନେଶ୍ୱର କୋରଡକଣ୍ଟା ଅଙ୍ଗନବାଡ଼ି ଦିଦି କବିତା ମଥାନଙ୍କ ଘରେ ଗତକାଲି ଅଚାନକ ଭିଜିଲାନ୍ସ ଚଢାଉ କରିଥିଲା । ଲଗାତାର ଭାବେ ଅଙ୍ଗନବାଡ଼ି ଦିଦିଙ୍କ ବିରୋଧରେ ଆସୁଥିଲା ଆୟ ବର୍ହିଭୁତ ସମ୍ପତ୍ତି ଠୁଳ ଅଭିଯୋଗ । ଅନେକ ଦିନ ଧରି ଭିଜିଲାନ୍ସ ସ୍କାନରରେ ଥିଲେ ଅଙ୍ଗନବାଡ଼ି ଦିଦି । ଅସାଧୁ ଉପାୟରେ ସମ୍ପତ୍ତି ଠୁଳ କରିବା ଅଭିଯୋଗରେ ରେଡ୍ କରିଥିଲା ଭିଜିଲାନ୍ସ । ବ୍ୟାଙ୍କ ଆକାଉଣ୍ଟରୁ ଆରମ୍ଭ କରି ଅଙ୍ଗନବାଡ଼ି କେନ୍ଦ୍ରରେ ଅଣ୍ଡା, ଛତୁଆ ଯୋଗାଣରେ ବ୍ୟାପକ ହେରଫେର ହୋଇଥିବା ପ୍ରମାଣ ପାଇ ରେଡ କରିଥିଲା ଭିଜିଲାନ୍ସ । ଆଉ ଆଜି ତାଙ୍କୁ ଗିରଫ କରାଯାଇଛି ।