କନକ ବ୍ୟୁରୋ : ଛୋଟ ଛୋଟ ପିଲାଙ୍କ ପାଇଁ ଜିଲ୍ଲା ପ୍ରଶାସନକୁ ଡଙ୍ଗା ମାଗିଲେ ଅଙ୍ଗନବାଡି ଦିଦି । ଅଙ୍ଗନବାଡି ଓ ସ୍କୁଲ କ୍ୟାମ୍ପସରେ ବର୍ଷା ପାଣି ଲହଡି ମାରିବା ପରେ ଏପରି କହିଲେ ଅଙ୍ଗନବାଡି ଦିଦି । ସମ୍ବଲପୁର ସହରର ପୁରାତନ ରେମେଡ ସ୍କୁଲରେ ବର୍ଷା ପାଣି ଜମି ରହିଥିବା ଭିଡିଓ ଭାଇରାଲ ହୋଇଥିଲା । ଏଥିରେ ଅଙ୍ଗନବାଡି ଦିଦି ଜଣଙ୍କ ପିଲାଙ୍କୁ ଧରି ପାଣି ଜମିଥିବା ସ୍ଥାନ ପାର ହେଉଥିବା ଦେଖିବାକୁ ମିଳିଥିଲା । ଏଥିରେ ଦିଦି ଜଣଙ୍କ କହୁଛନ୍ତି ଜିଲ୍ଲା ପ୍ରଶାସନ ଡଙ୍ଗା ଯୋଗାଇ ଦେଲେ ପିଲାମାନେ ପାଠ ପଢିବାକୁ ଯାଇପାରିବେ ।

Advertisment