କନକ ବ୍ୟୁରୋ : ଗଛ ତଳେ ଭବିଷ୍ୟତ ଗଢ଼ୁଛନ୍ତି ପିଲା । ଦିନେ କି ଦୁଇ ଦିନ ନୁହେଁ ଦୁଇ ବର୍ଷ ହେବ ଏଭଳି ଖୋଲା ଆକାଶ ତଳେ ବସି ପାଠପଢ଼ୁଛନ୍ତି ଅଙ୍ଗନବାଡି ପିଲା । ରାଜକନିକା ବ୍ଲକର ଖୁଣ୍ଟା ଅଙ୍ଗନୱାଡି କେନ୍ଦ୍ର ବାହାରେ ବସିଛନ୍ତି କୁନିକୁନି ପିଲା । ୩ ବର୍ଷ ହେବ ଭାଙ୍ଗିଗଲାଣି ଅଙ୍ଗନବାଡି କେନ୍ଦ୍ର । ଭଙ୍ଗା ଘରେ ବସି ପିଲା ବର୍ଷେ ପାଠ ପଢ଼ୁଥିଲେ । ପରେ କେନ୍ଦ୍ରର ଛାତ, କାନ୍ଥ ଫାଟିବାରୁ ଅଘଟଣ ଭୟରେ ବାହାରେ ପଢ଼ୁଛନ୍ତି ପିଲା ।

Advertisment

ଖରା, ବର୍ଷା, ଶୀତ କାକରରେ ସବୁ ସମୟରେ ଏଭଳି ଅବ୍ୟବସ୍ଥାରେ ୩୫ ଜଣ କୁନି କୁନି ପିଲା ବସି ପାଠପଢ଼ୁଛନ୍ତି । ଏନେଇ ଅଙ୍ଗନବାର୍ଡି କର୍ମୀ ସୁପରଭାଇଜର, ସିଡିପିଓଙ୍କୁ ଜଣାଇଥିଲେ ମଧ୍ୟ କେହି ଏ ଦିଗରେ କୌଣସି ଏପର୍ଯ୍ୟନ୍ତ ପଦକ୍ଷେପ ନେଇ ନାହାଁନ୍ତି । ସେପଟେ ପିଲା ବାହାରେ ବସି ପାଠପଢ଼ୁଥିବା ଦେଖି ଚିନ୍ତାରେ ଅଛନ୍ତି ଅଭିଭାବକ ।