କରୋନା ଯୁଦ୍ଧରେ ଟଳିପଡିଲେ ଅଙ୍ଗନୱାଡି କର୍ମୀ । ତାଲାବନ୍ଦରେ ଘର ଘର ବୁଲି ଖାଦ୍ୟ ବାଂଟୁଥିବା ବେଳେ ତଳେ ପଡି ଚାଲିଗଲା କରୋନା ଯୋଦ୍ଧାଙ୍କ ଜୀବନ

କେନ୍ଦୁଝର ଜିଲ୍ଲାରେ ଘଟିଛି ଏହି ଅଘଟଣ

4,798

କନକ ବ୍ୟୁରୋ: କରୋନା ଯୁଦ୍ଧରେ ଟଳିପଡିଲେ ଅଙ୍ଗନୱାଡି କର୍ମୀ । କେନ୍ଦୁଝର ଜିଲ୍ଲାରେ ଘଟିଛି ଏହି ଅଘଟଣ । ବିଲେଇପଦା ଶ୍ରୀଧରପୁର ଗାଁର ଅଙ୍ଗନୱାଡି କର୍ମୀ ରୁକ୍ମଣୀ ମହାନ୍ତ ଓ ସହାୟିକାଙ୍କ ସହ ତାଲାବନ୍ଦ ସମୟରେ ଘର ଘର ବୁଲି ଖାଦ୍ୟ ବାଂଟୁଥିବା । ତେବେ ଖାଦ୍ୟ ବାଂଟିବା ବେଳେ ମୁଣ୍ଡ ବୁଲାଇବାରୁ ସେ ତଳେ ପଡିଯାଇଥିଲେ । ଗୁରୁତର ଅବସ୍ଥାରେ ତାଙ୍କୁ ମେଡିକାଲରେ ଭର୍ତି କରାଯାଇଥିଲା, ଚିକିତ୍ସାଧିନ ଅବସ୍ଥାରେ ତାଙ୍କର ମୃତ୍ୟୁ ହୋଇଛି । ଏନେଇ ଜିଲ୍ଲା ଅଙ୍ଗନୱାଡି ସଂଘ ପକ୍ଷରୁ ତାଙ୍କ ପରିବାରକୁ ଉପଯୁକ୍ତ କ୍ଷତିପୂରଣ ଦେବାକୁ ଦାବି ହୋଇଛି ।

ଅନ୍ୟପଟେ, ଅଭିନବ ଢଙ୍ଗରେ କରୋନା ସଚେତନତା କରୁଛି ଯାଜପୁର ପୁଲିସ । ସଚେତନତା ନେଇ ଯାଜପୁର ପୁଲିସର ନାଟ୍ୟ ରୁପାନ୍ତର ଏବେ ଜିଲ୍ଲାରେ ଭାଇରାଲ ହେବାରେ ଲାଗିଛି । ଭିଡିଓରେ ଜଣେ ବ୍ୟକ୍ତିଙ୍କ ମୃତ୍ୟୁ ହୋଇଯାଇଛି ଓ ସ୍ୱର୍ଗପୁରରେ ସେ ଭଗବାନ ବିଷ୍ଣୁଙ୍କ ସହ ଭେଟ ହୋଇଛି । କରୋନାରେ ତାର ମୃତ୍ୟୁ ହୋଇଥିବା ଜାଣି ଭଗବାନ କାହିଁକି ତାଙ୍କ ବଂଚାଇଲେ ନାହିଁ ବୋଲି ପ୍ରଶ୍ନ କରିଛି । ଏହି ସମୟରେ ଭଗବାନ ତାଙ୍କୁ ୩ଟି ଦୃଶ୍ୟ ଦେଖାଇଛନ୍ତି, ଯେଉଁଥିରେ ସମାଜିକ କଟକଣାକୁ ନଭାଙ୍ଗି ସେ କିପରି କରୋନା ଆକ୍ରାନ୍ତ ହୋଇ ଶେଷରେ ଜୀବନ ହାରିଛି ।

Comments are closed.