କନକ ବ୍ୟୁରୋ: ଓଡିଶା ଜମିରେ ଆନ୍ଧ୍ରର ଦାଦାଗିରି ମାମଲା । ସୀମାନ୍ତ ପଟାଙ୍ଗୀ ବ୍ଲକର ସଂବାଇ ପଂଚାୟତ ସୁନାବେଡା ଗାଁ ନିକଟ ଜମିକୁ ମାପଚୁପ କଲେ ଆନ୍ଧ୍ରର ସରକାରୀ କର୍ମଚାରୀ । ରାଜସ୍ୱ ବିଭାଗ କର୍ମଚାରୀ ଆସି ଏହି ମାପଚୁପ କରିଛନ୍ତି । ସେପଟେ ସ୍ଥାନୀୟ ନେତା ଓ ଆଦିବାସୀ ରାଲି କରି ସୁନାବେଡା ଅଂଚଳରେ ଜଙ୍ଗଲ ଜମିକୁ ଅକ୍ତିଆର କରିବାକୁ ଆନ୍ଧ୍ର କରୁଥିବା ଦାଦାଗିରିକୁ ବିରୋଧ କରିଛନ୍ତି ।
କିଛି ଦିନ ଆଗରୁ କୋରାପୁଟ ଜିଲ୍ଲା ପ୍ରଶାସନ ସୀମାନ୍ତରେ ଫଳକ ଲଗାଇଥିଲା । ଆନ୍ଧ୍ର ବାସିନ୍ଦା ଏହି ଫଳକକୁ ଉପାଡି ଫିଙ୍ଗି ଦେବା ପରେ ରାସ୍ତା ଅବରୋଧ ମଧ୍ୟ କରିଥିଲେ । ଏବେ ଜମିର ମାପଚୁପ ପରେ ପ୍ରଶାସନିକ ସ୍ତରରେ ଏନେଇ ଆଲୋଚନା ହେବ ବୋଲି ପ୍ରଶାସନ ସୂଚନା ଦେଇଛି ।