କୋଟିଆ ପାଇଁ ଆନ୍ଧ୍ର ଖେଳିଲା ଆଦିବାସୀ କାର୍ଡ : ପଟ୍ଟାଙ୍ଗୀର ୧୨ଟି ଗାଁ ଲୋକଙ୍କୁ ଏକାଠି କରି ବୈଠକ କଲେ ସାଲୁର ବିଧାୟକ

94

କନକ ବ୍ୟୁରୋ : କୋଟିଆକୁ ହାତେଇବା ପାଇଁ ଆନ୍ଧ୍ର ଖେଳିଲା ନୂଆ ଚାଲ । କୋଟିଆରେ ଜିଲ୍ଲାପରିଷଦ ଓ ପଂଚାୟତ ନିର୍ବାଚରେ ଫେଲ ମାରିବା ପରେ ଗ୍ରାମବାସୀଙ୍କୁ ପ୍ରଲୋଭିତ କରିବାକୁ ଉଦ୍ୟମ କରୁଛି ଆନ୍ଧ୍ର । ପଟ୍ଟାଙ୍ଗୀ ବ୍ଲକର ୧୨ ଖଣ୍ଡ ଗ୍ରାମବାସୀଙ୍କୁ ଏକତ୍ରିତ କରି ଆନ୍ଧ୍ରର କନାବଲସା ଗାଁରେ ବୈଠକ କରିଛନ୍ତି । ବୈଠକରେ ୧୨ ଖଣ୍ଡ ଗାଁର ଲୋକଙ୍କୁ ଆନ୍ଧ୍ରରେ ସାମିଲ ହେବା ପାଇଁ ନାନା ପ୍ରକାର ଲୋଭ ଦେଖିଥିବା ଖବର ମିଳିଛି ।

ବିଭିନ୍ନ ସଂପ୍ରଦାୟ ଦୋରା, ନୁକାଡୋରା, କଣ୍ଡା ଦୋରାଙ୍କୁ ଆଦିବାସୀ ମାନ୍ୟତା ଦିଆଯିବ ଓ ବହୁ ସରକାରୀ ଯୋଜନା ଆନ୍ଧ୍ରରେ ମିଶିଲେ ମିଳିବ ବୋଲି ପ୍ରତିଶ୍ରୁତି ଦେଇଛନ୍ତି ସରକାରୀ କର୍ମଚାରୀ । ବୈଠକରେ ସାଲୁର ବିଧାୟକ ପି.ରାଜନା ଦୋରା ଓ ସରକାରୀ କର୍ମଚାରୀ ସାମିଲ ହୋଇ ଓଡିଶାର ସୀମାନ୍ତ ଗ୍ରାମବାସୀଙ୍କୁ ଭୁତେଇବାକୁ ଉଦ୍ୟମ କରିଥିବା ସୂଚନା ମିଳିିଛି ।